ପାରଳା ଏସକେସିଜି ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ମାରାଥନ ଦୌଡ଼
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣନଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଶ୍ଵ ଏଡ଼ସ ଦିବସରେ ଏକ ମାରାଥନ ଦୌଡ଼ ଅନୁଷ୍ଟିତ ସୋଇଥିଲା।ଏହି କର୍ଯ୍ୟକ୍ରମ”ଯୁବ ଓଡ଼ିଶା, ନବୀନ ଓଡ଼ିଶା”କାର୍ଯ୍ୟକ୍ରମ ଅଣ୍ଟର୍ଗତ ସମନ୍ୱିତ ଯୁବ ବିକାସ ଆଧାରରେ ଅନୁଷ୍ଟିତ ହେଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷଡ଼. ଜିତେଣ୍ଡନାଥ ପଟ୍ଟନାୟକ ଯୋଗ ଦେଇ ଏଡ଼ସ ଦିବସରେ ଏପରି କାର୍ଯ୍ୟକ୍ରମ ଆୟୋଜିତ ହେବାର ଆବଶ୍ୟକତା ବିଷୟରେ କହିଥିଲେ। ଏହି ରୋଗଠାରୁ ଦୂରରେ ରହିବା ପାଇଁ ଏବଂ ଏହାକୁ ରୋକିବା ପାଇଁ ଯୁବ ପିଢ଼ିଙ୍କ ଦ୍ଵାରାଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ଦରକାର ବୋଲି ସେ କହିଥିଲେ। ଏହି ଦୌଡ଼ରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ମାରାଥନ ଦୌଡ଼ର ସମସ୍ତ ବର୍ଗର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି। ଏହି ସମସ୍ତ କାର୍ଯ୍ୟକ୍ରମ ସମନ୍ୱିତ ଯୁବ ବିକାସ କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ପୁଲକ ଚନ୍ଦ୍ର ଫି ଲିପ୍ପ, ଓ ବିଭାଗର ସାମାଜିକ କର୍ମୀ ଡ. ଏସ ରେହେମନ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ହେଇଥିଲା।