ପାରଳା ଜଗନ୍ନାଥ ମନ୍ଦିରର ଗର୍ଭଗୃହ ନିର୍ମାଣ ଲାଗି ପାଦପଦ୍ମଶିଳା ପୂଜାର୍ଚ୍ଚନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରରେ ଭାବେ ନିର୍ମାଣ ହେଉଥିବା ଜଗନ୍ନାଥ ମନ୍ଦିରର ଗର୍ଭଗୃହ ନିର୍ମାଣ ଆରମ୍ଭାର୍ଥେ ବହୁ ଆଡମ୍ବର ସହକାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏହି ପୂଜା ଆସନ୍ତା ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଦିନ ମାନଙ୍କରେ ଇଚ୍ଛୁକ ଶ୍ରଦ୍ଧାଳୁ ପାଦ ପଦ୍ମଶିଳା ସ୍ଥାପନ ଲାଗି ପୂଜା କରି ଗର୍ଭଗୃହ ସ୍ଥାପନ ବା ନିର୍ମାଣ ଲାଗି ପଥର ସ୍ଥାପନ କରିପାରିବେ ବୋଲି ଜଗନ୍ନାଥ ମନ୍ଦିର ସେବା କମିଟି ସୂତ୍ରରୁ ପ୍ରକାଶ. ବୁଧବାର ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତିଙ୍କ ଉପସ୍ଥିତିରେ ପାଦପଦ୍ମଶିଳା ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ଜଗନ୍ନାଥ ସେବା କମିଟିର ଦୁର୍ଗାମାଧବ ପାଣିଗ୍ରାହୀ, କେରାଣ୍ଡି, ଚାଙ୍ଗୁଡି, କାଶୀନଗର, ପାରଳାଖେମୁଣ୍ଡି ଦେବୀ ମଠ ସମେତ ବହୁ ମଠ ମନ୍ଦିରର ମଠାଧୀଶ ତଥା ସାଧୁସନ୍ଥ ଯୋଗ ଦେଇଥିଲେ । ଭକ୍ତ ବା ଶ୍ରଦ୍ଧାଳୁ ପାଦିନ ପାଦିପଦ୍ମଶିଳାକୁ ପୂଜାର୍ଚ୍ଚନା କରି ଗର୍ଭଗୃହ ନିର୍ମ ନିର୍ମାଣ ସ୍ଥାନରେ ସ୍ଥାପନ କରିଥିଲେ । ଏଥିରେ ବହୁ ସଂଖ୍ୟକ ଭକ୍ତ ବା ଶ୍ରଦ୍ଧାଳୁ ଯୋଗଦେଇ ନୂତନ ମନ୍ଦିର ନିର୍ମାଣ ଲାଗି ସହଯୋଗ କରିଥିଲେ |


