ପାରଳାରେ ଦୋଳ ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ଅନ୍ୟତମ ଲୋକପ୍ରିୟ ଉତ୍ସବ ଦୋଳ ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି. ପାରଳାଖେମୁଣ୍ଡି ଠାରେ ଥିବା ଦୋଳ ବନ୍ଧ ଠାରେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତ୍ୟନ୍ତ ଜାକଯକମରେ ଦୋଳ ଉତ୍ସବ ପାଳନ ପାଇଁ ଦୋଳ ବନ୍ଧ ଉନ୍ନୟନ କମିଟି ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି. ଚଳିତ ବର୍ଷ ଦୋଳ ଉତ୍ସବ ଆଜି ଗୁରୁବାର ସନ୍ଧ୍ୟା ଠାରୁ ଆଗାମୀ 26 ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବ ବୋଲି କମିଟିର ସଭାପତି ବିନୋଦ ଚନ୍ଦ୍ର ଜେନା ଏବଂ ବରିଷ୍ଠ ସଦସ୍ୟ ମଙ୍ଗଳା ପଟ୍ଟନାୟକ ସୂଚନା ଦେଇଛନ୍ତି. ଦୋଳ ଉତ୍ସବର ପ୍ରତେକ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ସଙ୍ଗୀତ ପରିବେଷଣ ଆଦି କରାଯିବ ବୋଲି ସୂଚନା ମିଳିଛି.


