ପାରଳା ପୋଲିସର ଚଢାଉ;୬ ଜୁଆଡି ଗିରଫ, ୬୪ହଜାର ଟଙ୍କା ଜବତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୬ ଜୁଆଡିଙ୍କୁ ଗିରଫ କରାଯିବା ସହ ୬୪ ହଜାର ୫୦୦ଟଙ୍କା ଏବଂ ୭ଗୋଟି ମୋବାଇଲ ଫୋନ ଜବତ ହୋଇଥିବାର ସୂଚନା ମିଳିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ମିଶ୍ର କଲୋନୀ ଠାରେ ପୋଲିସ ଚଢାଉ କରିଥିଲା । ସେଠାରେ ୬ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ନଗଦ ୬୪ହଜାର ୫୦୦ଟଙ୍କା ଏବଂ ୭ଗୋଟି ମୋବାଇଲ ଫୋନ ଜବତ କରିଥିଲେ । ଏ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୨୬୭/୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିବାର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।