ଗୁମ୍ମା ଓ ଆର.ଉଦୟଗିରି ବ୍ଲକର ଯୁବ କ୍ଲବ ବିକାଶ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ପଞ୍ଚାୟତରେ ଯୁବ କ୍ଲବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକର ୧୦ଜଣ ସଦସ୍ୟ ୫ ଦିନ ମଧ୍ୟରେ ବ୍ଲକର ସମସ୍ତ ପଞ୍ଚାୟତ ଭ୍ରମଣ କରି ନୂତନ ୟୁଥ କ୍ଲବ ନିର୍ମାଣ ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶିକ୍ଷଣ ଦିଆଯାଇଛି । ଠିକ୍ ସେହିପରି ଆର୍.ଉଦୟଗିରି ବ୍ଲକର କୁଶପଲି ଗ୍ରାମଠାରେ ଯୁବ କ୍ଲବର ବିକାଶ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାୟାଧର ବଡକୁମର ଯୋଗ ଦେଇ ଆଜିର ସମାଜରେ ଯୁବକ ସଂଘର ଭୂମିକା ଓ ସେମାନେ କେମିତି ଯୁବକ ସଂଘ ଗଠନ କରି ସମାଜର ସେବା କରିବେ ଏବଂ ସ୍ଥାନୀୟ ଯୁବକ ମାନଙ୍କୁ ଯୁବକ ସଂଘ ଗଠନ କରିପାରିବେ ସେ ନେଇ ଯୁବକ ମାନଙ୍କୁ ସଚେତନତା କରାଇଥିଲା । କୁଶପଲ୍ଲି ଗ୍ରାମର ମା ବଡକୋଳୁଆ ଯୁବ କେନ୍ଦ୍ର ସଭାପତି ଭାଗୀରଥି ରଇତ ୧୦ଟି ଗ୍ରାମର ଆସିଥିବା ଯୁବକ ମାନଙ୍କୁ ଯୁଥ କ୍ଲବ ଖୋଲିବା ଓ ତାର ବିକାଶ କେମିତି ହୋଇପାରିବ ସେନେଇ ଯୁବ ଗୋଷ୍ଠୀଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଜିତେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।


