ପାରଳା ପୋଲିସ ଦ୍ୱାରା ୪୦ଟିକ୍ କାଠଗଣ୍ଡି ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ପ୍ରାୟ ୪୦ଗୋଟି ଟିକ୍ କାଠ ଗଣ୍ଡି ଜବତ କରାଯାଇଥିବାର ଜଣାପଡିଛି । ଥାନା ସୂତ୍ରରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଗ୍ରାମ ଠାରେ ରାତ୍ରକାଳୀନ ପେଟ୍ରୋଲିଂ କରିବା ସମୟରେ ଏକ ପରିତ୍ୟକ୍ତ ସ୍ଥାନରେ ଟିକ୍ କାଠ ପଡିଥିବାର ଦେଖିବାକୁ ପାଇଥିଲେ । ଏହାକୁ ତୁରନ୍ତ ଜବତ କରି ପାରଳାଖେମୁଣ୍ଡି ବନବିଭାଗକୁ ହସ୍ତାନ୍ତର କରିଥିଲେ । ଏନେଇ ଅଧିକା ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।


