ପାରଳା ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମାରେ ଥିବା ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି. ଏହି ଅଗ୍ନିକାଣ୍ଡ ଘଟଣା ପ୍ରକୃତରେ ସର୍ଟ ସର୍କିଟ ଯୋଗୁଁ ନା କିଛି ଜାଲିଆତିର ପ୍ରମାଣ ପତ୍ର ନଷ୍ଟ କରିବା ପାଇଁ ଏକ ପ୍ରୟାସ ହୋଇଥାଇପାରେ ବୋଲି ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ସନ୍ଦେହ ପ୍ରକାଶ କରାଯାଇ ଏହାର ବିହିତ ତଦନ୍ତ ଦାବି କରି ଗଜପତି ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି.ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୌରାଧ୍ଯକ୍ଷା ଅତି ତରବରିଆ ଭାବେ ଏହା ସର୍ଟ ସର୍କିଟରୁ ହୋଇଥୁବା କହିବା ପରେ ସନ୍ଦେହ ସୃଷ୍ଟି କରିଛି । ବିନା ତଦନ୍ତରେ ପୌରାଧ୍ଯକ୍ଷା କେଉଁ ଆଧାରରେ ଏଭଳି ମତ ରଖିଲେ ତାହା ସ୍ପଷ୍ଟ କରିବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି I ପୌର ପରିଷଦର ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ପୁରୁଣା କୋଠାରେ କାହିଁକି ଫାଇଲଗୁଡିକ ରଖାଯାଇଥିଲା ତାହାର ମଧ୍ଯ ତଦନ୍ତ କରାଯିବା ଆବଶ୍ୟକ । ଏହା ସହ ବିଭିନ୍ନ ସମୟରେ ଜବତ ପଲିଥୁନ୍ ମଧ୍ୟ ଏହି କୋଠାରେ ରଖା ଯାଇଥୁଲା | ବିନା ଅଗ୍ନି ନିର୍ବାପକ କୋଠାରେ ବଜତ ପଲିଥୁନ୍ ରଖିବା ପାଇଁ କିଏ ଅନୁମତି ଦେଇଥୁଲା ତାହାର ମଧ୍ଯ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାରଳାଖେମୁଣ୍ଡି ନଗର କଂଗ୍ରେସ କମିଟିର ସମସ୍ୟମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ଏହି ଘଟଣା ପଛରେ ଦୁଇ ନିର୍ବାହୀ ଅଧୂକାରୀଙ୍କ ଦାୟିତ୍ୱ ହସ୍ତାନ୍ତରକୁ ନେଇ ଉପୁଜିଥିବା ବିବାଦ ବୋଲି କିଛି ଲୋକ କହୁଥିବା ବେଳେ ପୂର୍ବତନ ନିର୍ବାହୀଅଧିକାରୀଙ୍କ ସମୟରେ ହୋଇଥୁବା ବିଭିନ୍ନ ଜାଲିଆତି ଫାଇଲକୁ ପୋଡିବା ପାଇଁ ପୌରପରିଷଦର କେତେକ କର୍ମଚାରୀ ଏଭଳି କାଣ୍ଡ କରିଥିବା କେତେକ କହୁଛନ୍ତି । ତେଣୁ ଏହି ଘଟଣା ପଛରେ କେ ଉଁ କାରଣ ମୁଖ୍ୟତଃ ଦାୟୀ ତାହା ତଦନ୍ତ କରି ସର୍ବସାଧାରଣରେ ରଖିବା ପାଇଁ କଂଗ୍ରେସ ଦାବି କରିଛି । ଆସନ୍ତା ୭ଦିନ ମଧ୍ଯରେ ଏହା କରାନଗଲେ ଆମେ ଆନ୍ଦୋଳନ କିବାକୁ ବାଧ୍ୟ ହେବୁବୋଲି ସୂର୍ଯ୍ୟ ନାରାୟଣ ପାତ୍ର, ଗୋରୀ ଶଙ୍କର ପଣ୍ଡା, କଂଗ୍ରେସ ରାଉତ, କେଦାରନାଥ ପାତ୍ର, ନଗର କଂଗ୍ରେସ୍ ସଭାପତି ବସନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ