ପାରଳା ବିଦୁତ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଦୁତ ଡିଭିଜନ ଅଧୀନରେ ଥିବା ୧୫୦ ଜଣ କର୍ମଚାରୀ ଗତକାଲି ଠାରୁ କଳା ବ୍ୟାଚ ପରିଧାନ କରି ସେମାନଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଦାବି ଜଣାଇଛନ୍ତି. ୧୪, ୨୦୨୦ ମସିହା ଠାରୁ କର୍ମଚାରୀଙ୍କ ମଜୁରି ନିର୍ଧାରଣ କରାଯାଇନଥିବାରୁ ପ୍ରତେକ କର୍ମଚାରୀ ଠିକ ଭାବେ ଦରମା ପାଉ ନାହାନ୍ତି. ବିଦୁତ ବିଭାଗର କାର୍ଯ୍ୟରତ ବୈଷୟିକ କର୍ମଚାରୀମାନଙ୍କୁ କିରାଣୀ ମାନଙ୍କ ଭଳି ସମାନ ଦରମା ପ୍ରଦାନ କରିବା ପାଇଁ ଏମାନେ ଦାବି ଜଣାଇଛନ୍ତି. ସେହିପରି ଗଜପତି ଜିଲାରେ କାର୍ଯ୍ୟରତ ୪୫୦ ଜଣ ଆଉଟସୌର୍ସ କର୍ମଚାରୀମାନେ ୮ ରୁ ୧୦କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ସେମାନଙ୍କୁ ରେଗୁଲାର କରାଯାଉନାହିଁ କିମ୍ବା ସେମାନଙ୍କୁ ଇଏସଆଇ, ପିଏଫ ମଧ୍ୟ ପ୍ରଦାନ କରାଯାଉନାହିଁ. କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ସମସ୍ତ ଦାବିଗୁଡିକୁ ପୂରଣ କରାଯାଉ ବୋଲି କର୍ମଚାରୀ ସଂଘର ସଂପାଦକ ଗଜେନ୍ଦ୍ର ପାଳ ଦାବି ଜଣାଇବା ସହ କହିଛନ୍ତି ଆଗାମୀ ୧୬ ତାରିଖ ଦିନ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ କଳା ବ୍ୟାଚ ପରିଧାନ କରି ବିଭାଗୀୟ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବେ. ୧୬ ତାରିଖ ପରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ସଂଘର ନିଷ୍ପତ୍ତି ଅନୁଯାଇ ବିହିତ ନିର୍ଣ୍ଣୟ ଗ୍ରହଣ କରାଯିବ.