ପାରଳା ବିଧାୟକଙ୍କ ଦ୍ୱାରା ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ମୁତ୍ୟାଲୁ ସାହି ଠାରେ ଏକ ମନ୍ଦିର ନିର୍ମଣ ପାଇଁ ଭୁମିପୁଜନ କାର୍ଯ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇଥିଲେ । ଏହି ସାହିରେ ସ୍ଥାନୀୟ ବାସୀନ୍ଦାମାନେ ବହୁ ଦିନ ହେବ ସେଠାରେ ଏକ ତ୍ରୀନାଥ ମନ୍ଦିର ନିର୍ମାଣ କରାଯାଉ ବୋଲି ଦାବି କରି ଆସୁଥିଲେ । ସେଠାରେ ଆଜି ମନ୍ଦିର ନିର୍ମଣ ପାଇଁ ଭୁମିପୁଜନ କରାଯାଇଛି ଏବଂ ଖୁବ୍ ଶୀଘ୍ର ମନ୍ଦିର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରାଓ ଯୋଗ ଦେଇ ପ୍ରଥମେ ନଡିଆ ଭାଙ୍ଗି ଭୁମିପୁଜନ କାର୍ଯ୍ୟର ସୁଭାରମ୍ଭ କରିଥିଲେ । ଅଞ୍ଚଳବାସୀ ଏହାକୁ ସ୍ୱାଗତ କରିଛନ୍ତି । ଏହି ଭୁମିପୁଜନରେ ବିଧାୟକଙ୍କ ବ୍ୟତିତ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ