ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଜେଇଇ ଆଡଭାନ୍ସରେ ସଫଳତା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଆର୍.ସୀତାପୁର ଠାରେଥିବା ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ଜେଇଇ ଆଡଭାନ୍ସ ପାଇଁ ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ କୃତ କାର୍ଯ୍ୟ ହାସଲ କରିଛନ୍ତି । ଚଳିତ ବର୍ଷ ଜେଇଇ ମେଇନ୍ରେ ମୋଟ ୧୦ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ବିଦ୍ୟାଳୟର ଜି.ସୁନୀଲ ୯୫.୯୦ ଶତକଡା ପ୍ରତିଶତ ରଖି ୧୧ହଜାର ୬୫୫ ର୍ୟାଙ୍କ ରଖିଛନ୍ତି । ଏସ୍.ହନିଶା ୯୫.୪୪ପ୍ରତିଶତ ସହ କୃତୀତ୍ୱ ହାସଲ କରିଥିବାବେଳେ ହୃଷିକେଶ ସାହୁ ୯୧.୬୨ ଶତକଡା, କେ. ମୌନେନ୍ଦ୍ରା ୮୮.୩୩ ପ୍ରତିଶତ, ଭି.ନିକିତା ୮୮.୩୩ପ୍ରତିଶତ, ଅସମି ଜେନା ୮୪.୫୮ ନୀଳକଣ୍ଠ ପ୍ରଧାନ ୭୬.୪୨ପ୍ରତିଶତ, ବିକ୍ରମ ଶବର ୭୩.୩୦ପ୍ରତିଶତ ରଖି ସଫଳତା ହାସଲ କରିଛନ୍ତି । ଏଥିପାଇଁ ବିଶ୍ୱ ବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ୍.ରାଓ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପ୍ରିନ୍ସିପାଲ ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର, ନିର୍ଦ୍ଦେଶକ ଏସ୍.କାଲାପୂର୍ଣ୍ଣା ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


