ପାରଳା ବିଧାୟକଙ୍କ ଦ୍ୱାରା ସତ୍ସଙ୍ଗ ଗୃହ ଉଦ୍ଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ଦ୍ୱାରା ରାଜପୁର ଗ୍ରାମରେ ଦିବ୍ୟଜୀବନ ସତ୍ସଙ୍ଗ ଗୃହ ଉଦ୍ଘାଟିତ ହୋଇଯାଇଛି । ଭଲ ହୁଅ ଓ ଭଲ କର୍ମ କର ନୀତିରେ ଅନୁସରିତ ଏହି ସତ୍ସଙ୍ଗ ଗୃହର ଉଦ୍ଘାଟନ ସମୟରେ ଗୋଷାଣୀ ଅଧ୍ୟକ୍ଷା ସି.ଏଚ. ତାରକେଶ୍ୱରୀ, ମାଛମରା ସରପଞ୍ଚ ଏ. ଶର୍ମିଳା ଓ ଜିଲ୍ଲା ପରିଷଦ ସଭ୍ୟ ଜି. ଶ୍ରୀଧର ନାଇଡୁ, ପାରଳା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।