ପାରଳା ବିଧାୟକଙ୍କ ସଂଗରୋଧ କେନ୍ଦ୍ରରେ ପ୍ରବେଶକୁ ବିରୋଧ କଲେ ନଗର ବିଜେଡି ସଭାପତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ବର୍ତ୍ତମାନ କରୋନା ସମସ୍ୟା ସମୟରେ ମଧ୍ୟ ସବୁଜ ଜୋନରେ ରହିଛି । ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାକୁ କରୋନା ମୁକ୍ତ ପାଇଁ ବହୁ ପଦକ୍ଷେପ ଗ୍ରହଣ କରି ସାଧାରଣଙ୍କୁ ବିଭିନ୍ନ ଭାବେ ସୁରକ୍ଷା ଦେବା ସହ ରାଜ୍ୟ ବାହାରେ ଥିବା ପ୍ରବାସୀମାନଙ୍କ ପାଇଁ ମଧ୍ୟ ସଂଘରୋଧ କେନ୍ଦ୍ରରେ ରଖି ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ହେଲେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏଠାରେ ରହିଥିବା ବିଭିନ୍ନ ସଂଘରୋଧ କେନ୍ଦ୍ରରେ ଅବାଧ ପ୍ରବେଶ କରିବା ସହ ସଂଘରୋଧ କେନ୍ଦ୍ର ବିରୁଦ୍ଧରେ ସୋସିଆଲ ମିଡିଆରେ ଲେଖୁଥିବାରୁ ଏହାକୁ ନେଇ ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଦୃଢ ବିରୋଧ କରି ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ଏହାର ପ୍ରତିକାର ଓ ଆବଶ୍ୟକୀୟ ପଦକ୍ଷେପ ପାଇଁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଗଜପତି ଜିଲ୍ଲା ସବୁଜ ସଙ୍କେତ ସ୍ଥିତିରେ ରହିଛି । କିନ୍ତୁ କିଛି ଦିନ ହେବ ପାରଳାଖେମୁଣ୍ଡି ବିଧାୟକ ଶ୍ରୀରାଓ କେତେକ ସଂଘରୋଧ କେନ୍ଦ୍ରମାନଙ୍କୁ ନିଜର ସମର୍ଥକମାନଙ୍କୁ ନେଇ ସରକାରୀ ନିୟମକୁ ଉଲଂଘନ କରି ଅବାଧ ପ୍ରବେଶ କରୁଛନ୍ତି । ଯାହାକି ଆଇନ ବିରୋଧି ଅଟେ ବୋଲି ନଗର ବିଜେଡି ସଭାପତି ଦାବି କରି କହିଛନ୍ତି, ମୁଖ୍ୟତଃ କାଶୀନଗର, ଗୋଷାଣୀ, ଗୁମ୍ମା ବ୍ଲକର ସଂଘରୋଧ କେନ୍ଦ୍ର ଗୁଡିକର ନିଜର ସମର୍ଥକଙ୍କ ସହ ବିଧାୟକ ଅବାଧ ପ୍ରବେଶ କରୁଛନ୍ତି । ଏପରି କରିବା ଦ୍ୱାରା ଗଜପତି ଜିଲ୍ଲାରେ ପାରଳା ବିଧାୟକ କରୋନାର ବାହାକ ସାଜିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ନଗର ବିଜେଡି ପକ୍ଷରୁ ବିଧାୟକ ଶ୍ରୀ ରାଓଙ୍କୁ ଏଥିରୁ କ୍ଷାନ୍ତ ରହିବା ପାଇଁ ସେ ଦାବି କରିଛନ୍ତି । ଜିଲ୍ଲାପାଳଙ୍କୁ ଏନେଇ ସାକ୍ଷାତ କରି ଅଭିଯୋଗ ପତ୍ରକୁ ପ୍ରଦାନ କରି ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ