ପାରଳା ମହିଳା କଲେଜରେ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଚାରାରୋପଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡିସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ତରଫରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ଯକ୍ଷା ଡ. ରୀନା ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ଅଧିକାରୀ କୃଷ୍ଣଚନ୍ଦ୍ର ପଣ୍ଡିତ, ରାଜେଶ ପାତ୍ରଙ୍କ ସମେତ ମହିଳା କଲେଜର ସମସ୍ତ କର୍ମଚାରୀ, ରେଡକ୍ରସ ଓ ଏନସିସିର ଛାତ୍ରୀମାନେ ଏଥିରେ ଯୋଗ ଦେଇ ବିଭିନ୍ନ କିସମର ଚାରା ରୋପଣ କରିଥିଲେ.