ପାରଳା ଯୁବରାଣୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଚେକ୍ ପ୍ରଦାନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଯୁବରାଣୀ କଲ୍ୟଣୀ ଦେବୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଚେକ୍ ପ୍ରଦାନ କରିଛନ୍ତି।ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାରଳାଖେମୁଣ୍ଡି ଯୁବରାଣୀ କଲ୍ୟଣୀ ଦେବୀ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଦ୍ୱାରା ୧୦ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଯୁବରାଣୀଙ୍କ ସହ ଗଜପତି ଜିଲ୍ଲା ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ ଉପସ୍ଥିତ ଥିଲେ । ପାରଳାଖେମୁଣ୍ଡି ଯୁବରାଣୀ କଲ୍ୟଣୀ ଦେବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଆକ୍ରାନ୍ତଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ ଆକ୍ରାନ୍ତକୁ ମାଗଣାରେ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ମହତ୍ ଲୋକସେବାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ବିନିଯୋଗ ହେଉଛି । ଏଭଳି ଜନ କଲ୍ୟାଣ କାର୍ଯ୍ୟରେ ମୁଁ କିଛି ମାତ୍ରାରେ ନିଜକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଚେକ୍ ପ୍ରଦାନ କରିଛି । ଏଭଳି ସହେଯାଗ ପାଇଁ ହାତ ବଢାଇବା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଉଦାହରଣ ଓ ପ୍ରେରଣା ହେବ ବୋଲି ପ୍ରଶାସନ ତରଫରୁ ପ୍ରକାଶ କରି ତାଙ୍କୁ ଧନ୍ୟବାଦ ଦିଆଯାଇଛି ।


