ପାରଳା ରାଜକୁମାରୀଙ୍କ ୨ୟ ଅଙ୍କାଭିଷେକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସୁନାମଧନ୍ୟ ପାରଳା ରାଜବଂଶର ବର୍ତ୍ତମାନ ରାଜଜେମା କଲ୍ୟାଣୀ ଗଜପତିଙ୍କ ୨ୟ ତମ ଅଙ୍କାଭିଷେକ ଉତ୍ସଵ ଗତକାଲି ଅନୁଷ୍ଠିତ ହୋଇଯାଇଛି. ପାରଳା ରାଜବଂଶର ନୀତି ନିୟମ ଓ ପରମ୍ପରାନୁଯାୟୀ ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ପାରଳାର ରାଜ କୁମାରୀ ଭାବେ ୨ୟ ବର୍ଷରେ ପଦାର୍ପଣ କରିଥିବାରୁ ୨ୟ ତମ ଅଙ୍କାଭିଷେକ ଉତ୍ସବକୁ ମହାସମାରୋହରେ ପାଳନ କରାଯାଇଥିଲା. ଏହି ଅଙ୍କାଭିଷେକ ଉତ୍ସବ ପାରଳା ରାଜ ପରିବାରର ପରମ୍ପରା ଅନୁଯାୟୀ ଇଷ୍ଟଦେବୀ ମାଣିକେଶ୍ବରୀ ମନ୍ଦିରଠାରେ ଅନୁଷ୍ଠିତ ହୋଇଥିଲା. ପାରଳା ରାଜବଂଶରେ କଲ୍ୟାଣୀ ଗଜପତି ହେଉଛନ୍ତି ପ୍ରଥମ ରାଜକୁମାରୀ ଯେ କି ପାରଳା ରାଜ ସିଂହାସନ ଆରୋହଣ କରିବା ସହ ୨ୟ ଅଙ୍କାଭିଷେକ କରିଛନ୍ତି. ପାରଳା ରାଜବଂଶର ଶେଷ ମହାରାଜ ଗୋପୀନାଥ ଗଜପତିଙ୍କ ଦେହାନ୍ତ ପରେ ତାଙ୍କର ଏକମାତ୍ର କନ୍ୟା ପାରଳା ରାଜ ସିଂହାସନ ଯଥାଭିତ୍ତିରେ ଆରୋହଣ କରିଥିଲେ. ଏଥିନୁଯାୟୀ ଗତକାଲି ୨ୟ ବର୍ଷର ଅଙ୍କାଭିଷେକ ପାରଳାଖେମୁଣ୍ଡି ମାଣିକେଶ୍ବରୀ ମନ୍ଦିରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଥିଲା. ଏହି ନିଆରା ଅଙ୍କାଭିଷେକକୁ ଦେଖିବା ପାଇଁ ମନ୍ଦିରରେ ଭିଡ଼ ଜମିଥିଲା.


