ପାରଳା ଶ୍ରୀ ଜଗନ୍ନାଥ ମନ୍ଦିରର ରେଖା କୋଠା ନିର୍ମାଣ ପାଇଁ ପ୍ରଥମ ବଉଳ ମାଳ ଶିଳା ଦେବତା ପହଞ୍ଚିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହାକୁମା ପାରଳାଖେମୁଣ୍ଡି ସହରରେ ନୂତନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଶ୍ରୀ ଜଗନ୍ନାଥ ମନ୍ଦିରର ରେଖା କୋଠା ନିର୍ମାଣ ପାଇଁ ପ୍ରଥମ ବଉଳ ମାଳ ଶିଳା ଦେବତା ଆଜି ପହଞ୍ଚିଛନ୍ତି. ଶିଳା ଦେବତାଙ୍କୁ ପାରଳାଖେମୁଣ୍ଡି ସହର ପାରଳା ଉପକଣ୍ଠରେ ଥିବା ଢାମଣି ଗ୍ରାମ ଛକଠାରେ ଆଜି ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରଦାନ କରାଯାଇ ପୂଜା ପାଠ କରାଯାଇଥିଲା. ପରେ ଶିଳା ଦେବତାଙ୍କୁ ଶଙ୍ଖ ଓ ତାଳ ଧ୍ୱନିରେ ସ୍ୱାଗତ କରାଯାଇ ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିରକୁ ପାଛୋଟି ଅଣାଯାଇଥିଲା. ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଏସପି ଜୟରାମ ଶତପଥି, ଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ, ବାବୁଲି ସାହୁ, ବି. ମହେଶ, ଇଂଗିନୀୟର ତିରୁପତି ପାତ୍ର, ସାନ୍ତ୍ୱନୁ ଆଚାର୍ଯ୍ୟ, ସୁଧୀର ରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସହ ବହୁ ଭକ୍ତ ଯୋଗ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ