ପାରାଦୀପ ପୋର୍ଟ ଟ୍ରଷ୍ଟ ହସପିଟାଲର ଦିବଂଗତ ନର୍ସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, (ସରୋଜ ପଣ୍ଡା) :ପାରାଦୀପ ପୋର୍ଟ ଟ୍ରଷ୍ଟ ହସପିଟାଲରେ ଡାକ୍ତର ଓ କର୍ମଚାରୀଙ୍କ ନିର୍ଯାତନାର ଶିକାର ହୋଇ ମୃତ୍ୟୁବରଣ କରିଥିବା ନର୍ସ ନିବେଦିତା ଜେନାଙ୍କ ଆତ୍ମାର ସଦଗତି କାମନା ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଓଡ଼ିଶା ନର୍ସିଂଏମ୍ପେ୍ଲାଇଜ ଆସୋସିଏସନ ବାଲେଶ୍ୱର ଶାଖା ପକ୍ଷରୁ କ୍ୟାଣ୍ଡେଲ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୀନାକ୍ଷୀ ଶଷୋଦ୍ରି ରାଉତ, ସୁଶାନ୍ତ ଦାସ, ପପୁନା ରାଉତ, କାର୍ତ୍ତିକ ଚନ୍ଦ୍ର ବାରିକ, ତାପସ କୁମାର ଦାସ, ଅଶେଷ କୁମାର ଦାସ ପ୍ରମୁଖଙ୍କ ସମେତ ବହୁ ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଯୋଗଦେଇ ଦିବଂଗତ ନର୍ସ ସ୍ୱର୍ଗତା ଜେନାଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡଲ ଜାଳି ଥିଲେ । ନିରବ ପ୍ରାର୍ଥନା ସହ ତାଙ୍କର ଅମର ଆତ୍ମାପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ତେବେ ଏହି ମୃତ୍ୟୁ ଘଟଣାରେ ସ୍ୱର୍ଗତା ଜେନାଙ୍କ ପରିବାରର ଅଭିିଯୋଗ କ୍ରମେ ହୋଇଥିବା ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଆସୋସିଏସନ ପକ୍ଷରୁ ଦାବି ହୋଇଥିଲା । ଏହି ମାମଲାକୁ ତୁରନ୍ତ ସିବିଆଇକୁ ହସ୍ତାନ୍ତର ପାଇଁ କର୍ମକର୍ତ୍ତାମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ