ପାରାଦୀପ ବନ୍ଦର, ପଣ୍ୟ କାରବାର କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି।୧୨ ଦିନ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ
ପାରାଦୀପ,(ୱାଏନଏସ): ଓଡ଼ିସାର ଏକମାତ୍ର ବୃହତ୍ତବନ୍ଦର ପାରାଦୀପ ଚଳିତ ଆର୍ଥିକ ବର୍ଷରେ ଆଉ ଏକ ସଫଳତା ହାସଲ କରିଛି। ଅକ୍ଟୋବର ୬ ତାରିଖ ସୁଦ୍ଧା ୭୫.୧୭ ମିଲିୟନ ମେଟ୍ରିକ ଟନ୍(ଏମଏମଟି)ପଣ୍ୟ କାରବାର କରିଛି।ଏତିକି ପଣ୍ୟ କାରବାର କରିବାକୁ ଗତ ବର୍ଷ ଅଧିକ ୧୨ ଦିନ ଲାଗିଥିଲା।ଯଦ୍ବାରା ପାରାଦୀପ ତା’ର କାରବାରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି।ଏପରି ସଫଳତା ପାଇଁ ରପ୍ତାନୀ ଆମଦାନୀ ସଂସ୍ଥା ଅଧିକ ଆଶାବାଦୀ ହୋଇଛନ୍ତି।ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାପାଇଁ ପାରାଦୀପ ବନ୍ଦର ନୂତନ ବୈଷୟିକ ବ୍ୟବସ୍ଥା ଓ ଯୋଗାଯୋଗ ସୁଗମ କରିଛି।ଏହା ନୌବାଣିଜ୍ୟ କ୍ଷେତ୍ରରେ ଦେଶର ୧ ନମ୍ବର ସ୍ଥାନ ହାସଲ କରିଛି।ଏଥିପାଇଁ ବନ୍ଦର କର୍ତ୍ତୃପକ୍ଷ ସମସ୍ତ ବ୍ୟବହାରକାରୀ ସଂସ୍ଥା ଗୁଡିକୁ ଧନ୍ୟବାଦ ଜଣାଇଛନ୍ତି।