ପାରାଦୀପ ମହାବିଦ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ
ପାରାଦୀପ (ପୀତବାସ ପ୍ରଧାନ): ପାରାଦୀପ ମହାବିଦ୍ୟାଳୟ ରେ ଆଗାମୀ ୨୭ ତାରିଖ ରୁ +୩ ୨ୟ ବର୍ଷ ର ପରୀକ୍ଷା ହେବାକୁ ଯାଉଛି । ଏହି ପରୀକ୍ଷା ଅଫଲାଇନ୍ ରେ ହେବାକୁ ଥିବା ବେଳେ ଏହା କୁ ବିରୋଧ କରିଛନ୍ତି ଏହି ଶ୍ରେଣୀ ର ଛାତ୍ରଛାତ୍ରିମାନେ । ପାରାଦୀପ ମହାବିଦ୍ୟାଳୟ ର +୩ ୨ୟ ବର୍ଷର ଛାତ୍ରଛାତ୍ରୀମାନେ ଅଫଲାଇନ୍ ପରୀକ୍ଷା ବାତିଲ କରିବା ଦାବୀ ରେ ସୋମବାର ଦିନ ଧାରଣା ଦେଇଥିଲେ । ସୋମବାର ଦିନ ଏହି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣା ରେ ବସିଥିଲେ । ଫଳ ରେ ବହୁ ସମୟ ଧରି ମହାବିଦ୍ୟାଳୟ ମଧ୍ୟ କୁ ଅନ୍ୟ ଶ୍ରେଣୀ ର ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟ ର କର୍ମଚାରୀମାନେ ମହାବିଦ୍ୟାଳୟ କୁ ଯାଇପାରିନଥିଲେ । ଖବର ପାଇ ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ଘଟଣାସ୍ଥଳ ରେ ପହଂଚିଥିଲେ । ଥାନା ଅଧିକାରୀ ଓ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ. ସୁପ୍ରେମା କାନୁନ୍ଗୋ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ । ସଂପ୍ରତ୍ତି ମହାମାରୀ ଦୃତଗତି ରେ ବ୍ୟାପୁଥିବାରୁ ସଂକ୍ରମଣ କୁ ରୋକିବାକୁ ହେଲେ ଅଫଲାଇନ୍ ବଦଳ ରେ ଅନ୍ଲାଇନ୍ ରେ ଏହି ପରୀକ୍ଷା କରିବାକୁ ସେମାନେ ଦାବୀ କରିଥିଲେ । ସେମାନଙ୍କ ଦାବୀ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅବଗତ କରିବେ ବୋଲି ମହାବିଦ୍ୟାଳୟ ର ଅଧ୍ୟକ୍ଷା କହିବା ପରେ ଛାତ୍ରଛାତ୍ରୀମାନେ ଧାରଣା ରୁ ଉଠିଥିଲେ ।