ପାରାଦ୍ୱୀପ ଖାଉଟିଙ୍କ ପକେଟକୁ ଦୋହଲାଇ ଦେଇଛି ଆକାଶଛୁଆଁ ବଜାର ଦର
ପାରାଦ୍ୱୀପ (ପୀତବାସ ପ୍ରଧାନ) : କରୋନା ନିମନ୍ତେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି । ପୋଲିସ ପ୍ରଶାସନ ର ଭୂମିକା ବହୁଳ ଭାବେ ପ୍ରଶଂସିତ ହୋଇଛି । ବନ୍ଦର ସହର ପାରାଦ୍ୱୀପ ରେ ସାମାଜିକ ଦୂରତ୍ୱ ପାଇଁ ପ୍ରଶାସନ ମାଛ, ମାଂସ ଓ ପରିବା ଦୋକାନକୁ ବଡପଡିଆ ମାର୍କେଟ ରୁ ଉଠାଇ କମଳା ସିନେମାହଲ ଠାରୁ ଭି’ପଏଣ୍ଟ କେଜିସ୍କୁଲ ପର୍ଯ୍ୟନ୍ତ ଅଞ୍ଚଳ କୁ ସ୍ଥାନାନ୍ତରିତ କରାଯାଉଛି । ଏଠାକୁ ସାଧାରଣ ଗ୍ରାହକ ମାନେ ନିର୍ଦ୍ଧାରିତ ସମୟରେ ଆସି ପରିବା, ମାଛ, ମାସଂ କିଣୁଛନ୍ତି । ଏଠାରେ ମାଛ ବ୍ୟବସାୟୀ, ମାଂସ ବ୍ୟବସାୟୀ ଓ ପରିବା ବ୍ୟବସାୟୀଙ୍କ ଉପରେ ପ୍ରଶାସନର ନିୟନ୍ତ୍ରଣ ରହୁନଥିବା ଦେଖିବାକୁ ମିଳୁଛି । ଏହି ବ୍ୟବସାୟୀମାନେ ସାଧାରଣ ଗ୍ରାହକଙ୍କୁ ଲୁଟ୍ କରୁଥିବା ଜଣାପଡିଛି । ପରିବା ମାଛ ଓ ମାଂସର ରେଟ୍ ଆକଶଛୁଆଁ ହେଲାଣି । ଅସାଧୁ ବ୍ୟବସାୟୀମାନେ ପରାଦ୍ୱୀପ ଅନ୍ତେବାସୀଙ୍କୁ ଚଢା ରେଟ୍ରେ ସାମାଗ୍ରୀ ବିକ୍ରି କରୁଛନ୍ତି । ପ୍ରଶାସନ ର ଏଦିଗରେ କିଛି ପଦକ୍ଷେପ ନେଉ ନଥିବାରୁ କରୋନା ସମୟରେ ରୋଜଗାର ନଥିବା ସାଧାରଣ ନାଗରିକ ନାହିଁ ନଥିôବାର ହଇରାଣର ସମ୍ମୁଖୀନ ହେଉଛନ୍ତି । ଆଳୁ ୨୫ଟଙ୍କା, ପିଆଜ ୩୦ଟଙ୍କା, ପୋଟଳ ୧୦୦-୧୨୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଆନ୍ଧ୍ରାରୋହି କୁ ଦେଶୀ ରୋହି ମାଛ କହି ୨୬୦ ଟଙ୍କା, ଭାକୁର ସେହି ଭଳି ୩୦୦ ରୁ ୩୫୦ ଟଙ୍କା ବିକ୍ରି ହେଉଛି । ଖାସୀ ମାଂସ ୬୫୦ ଟଙ୍କା, କୁକୁଡା ମାଂସ ୧୬୦ ଟଙ୍କା ରେ ବିକ୍ରି କରାଯାଉଛି । ଯାହାକୁ ନେଇ ଖାଉଟୀ ମୁଣ୍ଡରେ ହାତ ଦେଲେଣି । ଏହିଭଳି ବିପତ୍ତି ସମୟରେ ବ୍ୟବସାୟୀ ମାନେ ଲାଭ ଖୋର ମନବୃତ୍ତି ଖାଉଟିଙ୍କ ପକେଟ୍ କୁ ଦୋହଲାଇ ଦେଲାଣି । ପ୍ରଶାସନ ଏଦିଗରେ ଦୃଢ ପଦକ୍ଷେକ ନେବାକୁ ସାଧାରଣ ଦାବୀ ଦେଉଛି ।