ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ପ୍ରତିଷ୍ଠା ହେବ ଶ୍ୱାସକ୍ରିୟା ସଂକ୍ରମଣ ସ୍କ୍ରିନିଂ ୟୁନିଟ୍
ପାରାଦ୍ୱୀପ, (ପିତବାସ ପ୍ରଧାନ):ଦଶକରେ ପ୍ରତିଷ୍ଠା ହୋଇଥିବା ପାରାଦ୍ୱୀପ ବନ୍ଦର ସର୍ବଭାରତୀୟ ବୃହତ୍ତ ବନ୍ଦର ମାନଙ୍କ ମଧ୍ୟରେ ପଣ୍ୟକାରବାର ରେ ରେକର୍ଡ ସୃଷ୍ଟି କରି ଜାତୀୟ ସ୍ତରରେ ଚର୍ଚ୍ଚା ଥିବା ବେଳେ ସଂପ୍ରତ୍ତି କୋଭିଡ-୧୯ ଲଢେଇ ରେ ସମସ୍ତ ବନ୍ଦର ମାନଙ୍କ ମଧ୍ୟରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ତତ୍ତ୍ୱାବଧାନରେ ବନ୍ଦରାଞ୍ଚଳ ସମତେ ସହରାଞ୍ଚଳରେ କରୋନା ସଂକ୍ରମଣ ପ୍ରତିହତ କ୍ଷେତ୍ରରେ ବନ୍ଦର ପ୍ରଶାସନ ବହୁବିଧ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ନିକଟରେ ବନ୍ଦର ଚିକିତ୍ସାଳୟରେ କରୋନା ଚିହ୍ନଟ ପାଇଁ ଓଆର କୋଭିଡ୍-୧୯ ସ୍କ୍ରିନିଂ ଓପିଡି ପ୍ରତିଷ୍ଠା କରାଯାଇଥିବା ବେଳେ, ଏବେ ପ୍ରତିଷ୍ଠା ହେବାକୁ ଯାଉଛି ଶ୍ୱାସକ୍ରିୟା ସଂକ୍ରମଣ ରେ ଆସୁଥିବା ରୋଗୀମାନଙ୍କ ଚିହ୍ନଟ ପାଇଁ ଚିକିତ୍ସାଳୟ ପରିସରରେ ପୃଥକ ଭାବେ ଚିହ୍ନଟ ସୁବିଧା । ବନ୍ଦର ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ବର୍ତ୍ତମାନ ର କରୋନା ମହାମାରୀ ସମ୍ଭାବ୍ୟ ଦୃଷ୍ଟିରୁ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ଏହି ପୃଥକ ୟୁନିଟ୍ ରେ ଶ୍ୱାସକ୍ରିୟା ରୋଗରେ ଆକ୍ରାନ୍ତ ରୋଗୀ ଅଲଗା ୱାର୍ଡକୁ ସ୍ଥାନାନ୍ତରିତ ହେବେ ଏବଂ ସେଠାରେ ସେମାନଙ୍କର ସ୍ୱତନ୍ତ୍ର ଚିକିତ୍ସା କରାଯିବ । ଏହି ନୂତନ ୟୁନିଟ୍ ରେ ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ପାଇଁହାଇ ଏଫିସିଏନ୍ସି ପାର୍ଟ୍ୟିଲେଟ୍ ଏୟାର (ଏଚ୍ଇପିଏ) ଫିକ୍ଟର ଭଳି ସମସ୍ତ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରାଯିବ । ଅତ୍ୟଧିକ ସଂକ୍ରମଣ ଶ୍ୱାସ ରୋଗ ଏବଂ ଆପେକ୍ଷାକୃତ କମ୍ ବିପଦ ଥିବା ରୋଗୀଙ୍କ ପାଇଁ ପୃଥକ କ୍ଷେତ୍ର ରହିବ । ଏଠାରେ ସାମାଜିକ ଦୂରତ୍ୱ, ହାତର ସ୍ୱଚ୍ଛତା ଏବଂ ମାସ୍କ ର ବ୍ୟବହାର ରୋଗୀ ମାନଙ୍କ ପାଇଁ ବାଧ୍ୟତା ମୂଳକ ହେବ । ହସ୍ପିଟାଲ ର କର୍ମଚାରୀମାନେ ରୋଗୀମାନଙ୍କ ସେବା କରିବା ସମୟରେ ପର୍ସନାଲ ପ୍ରୋଜେକ୍ଟିଭ ଇକ୍ୟୁପମେଣ୍ଟସ୍ (ପିପିଏସ୍) ବ୍ୟବହାର କରିବେ ଏହ ନୂତନ ସ୍କ୍ରିନିଂ ୟୁନଟ୍ ପ୍ରତିଷ୍ଠା ନିମନ୍ତେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ପଦକ୍ଷେପ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି ।