ପାରାଦ୍ୱୀପ ରେ ପ୍ରଶାସନ ସ୍କାନରରେ ପଶ୍ଚିମବଙ୍ଗ ଫେରନ୍ତା
ପାରାଦ୍ୱୀପ (ପୀତବାସ ପ୍ରଧାନ) : ଓଡିଶାକୁ କରୋନା ର ବାହାକ କୁହାଯାଉଥିବା ପଶ୍ଚିମବଙ୍ଗ ଫେରନ୍ତା ଙ୍କୁ ନେଇ ଚିନ୍ତାରେ ରାଜ୍ୟ ସରକାର । ବନ୍ଦର ସହର ପାରାଦ୍ୱୀପ ର ବିଭିନ୍ନ ବସ୍ତି ମାନଙ୍କରେ ପଶ୍ଚିମବଙ୍ଗର ଲୋକମାନେ ରହୁଛନ୍ତି । ସେମାନେ ବର୍ଷତମାମ୍ ପାରାଦ୍ୱୀପ କୁ ଯାଆ ଆସ କରନ୍ତି । ବନ୍ଦର ର ବିଭିନ୍ନ ଶିଳ୍ପ ସଂସ୍ଥା , ଠିକାଦାର ଓ ମତ୍ସ୍ୟବ୍ୟବସାୟୀ ମାନଙ୍କ ଅଧିନରେ କାର୍ଯ୍ୟ କରୁଥିବା ବଙ୍ଗଳା ଭାଷାଭାଷୀ ଶ୍ରମିକ ମାନେ ପ୍ରତ୍ୟହ ବାହାକୁଦ ଓ ଅଠରବାଙ୍କୀ ବାଲିପ୍ଳଟ ଦେଇ ପାରାଦ୍ୱୀପ ଆସିଥାଆନ୍ତି । ପାରାଦ୍ୱୀପରେ ଏ ଖବର ପ୍ରଚାରିତ ହେବାପରେ ବନ୍ଦର ଅନ୍ତେବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପାରାଦ୍ୱୀପର ଷଣ୍ଡକୁଦ, ଜଗନ୍ନାଥ କଲୋନୀ, ବୃନ୍ଦାବନ କଲୋନୀ, ବାଉରିଆପାଳନ୍ଦା, ଲକପଡା, ବିଜୟନଗର, ଭୀମାନାସୀ, ଉଦୟବଟ(ଭିତରଗଡ) ଆଦି ଅଞ୍ଚଳରେ ବହୁ ବଙ୍ଗଳା ବାଷାଭାଷୀ ଲୋକ ରହୁଥିବାରୁ ସେଠାରେ ଥିବା ଅନ୍ୟ ଲୋକମାନେ ଏବେ ଆତଙ୍କିତ । ଏହି ପଶ୍ଚିମବଙ୍ଗ ଫେରନ୍ତା ଙ୍କୁ ଖୋଜିବା ପାଇଁ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ଥାନୀୟ ପୋଲିସ ଏବେ ଲାଗିପଡିଛନ୍ତି । ପ୍ରତ୍ୟେକ ବସ୍ତିରେ ମଧ୍ୟ ସୂଚନା ଦିଆଯାଇଛି ଯଦି କେହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖନ୍ତି ତେବେ ପୋଲିସ ର ସହାୟତା ନେବାକୁ ପାରାଦ୍ୱୀପ ଅତିରକ୍ତ ଜିଲ୍ଳାପାଳ ଡ. କାହ୍ନୁ ଚରଣ ଧିର ସୂଚନା ଦେଇଛନ୍ତି ।