ପାରିବାରିକ କଳହର କରୁଣ ପରିଣତି
ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ସାମାନ୍ୟ ପାରିବାରିକ ବିବାଦ ଯେ କେତେ ଭୟଙ୍କର ହୋଇପାରେ ଗଞ୍ଜାମ ଜିଲ୍ଲାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟାଧାର ଗାଁରେ ପାରିବାରିକ କଲହକୁ ନେଇ ଘଟିଛି ହତ୍ୟାକାଣ୍ଡ । ପରିବାରର ସ୍ତ୍ରୀ ଏବଂ ତାର ଭାଇ ଦୁହେଁ ମିଶି ସ୍ୱାମୀ କୁ ଧାରୁଆ କଟୁରିରେ ଆକ୍ରମଣ କରି ହତ୍ୟାକାରିଥିବା ସ୍ତ୍ରୀ ଓ ଶଳା ସ୍ୱୀକାର କରିଛନ୍ତି । ସୁଚନାଯୋଗ୍ୟ, ମୃତକ ସ୍ୱାମୀ ହେଲେ ଟୁଲୁ ପ୍ରଧାନ ଯିଏକି ସେହି ଗାଁ ରେ ବବି ପ୍ରଧାନକୁ ବିବାହ କରିଥିଲେ। ତାଙ୍କର ଏକ ଛଅ ବର୍ଷର ଝିଅ ଅଛି । ଟୁଲୁ ଭୁବନେଶ୍ୱରରେ ରହି ଜୀବିକା ନିର୍ବାହ କରୁଥିବା ବେଳେ ଫୋନ ଯୋଗେ ବହୁ ସମୟ ଧରି ନିଜ ସ୍ତ୍ରୀ ଶଳା,ଶାଶୁ,ଶଶୁରଙ୍କ ସହ ଭିନ୍ନ ଭିନ୍ନ ଘଟଣାକୁ ନେଇ ବଚସା ହେଉଥିଲା । ତେବେ ଗତକାଲି ପ୍ରଥମା ଅଷ୍ଟମୀ ହୋଇଥିବାରୁ ଟୁଲୁ ଭୁବନେଶ୍ୱରରୁ ଝିଅ ପାଇଁ ନୂଆ ଡ୍ରେସ ,ମିଠା ଧରି ପହଞ୍ଚିଥିଲେ ନିଜ ଶଶୁର ଘରେ । ଟୁଲୁ ପହଁଚିଲା ପରେ ପ୍ରତିଦିନ ଭଳି ଗତକାଲି ରାତିରେ ମଧ୍ୟ ସ୍ତ୍ରୀ ଶଳା ସମସ୍ତଙ୍କ ମଧ୍ୟରେ ବଚସା ହେବାପରେ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା । ଫଳରେ ଟୁଲୁର ଶ୍ୱଶୁର ଘର ସମସ୍ତେ ମିଶି ଧାରୁଆ କଟୁରିରେ ଆକ୍ରମଣ କରି ହତ୍ୟା କରିବାରୁ ପପୁଲିଟି ହାତରୁ ଅଲଗା ହୋଇଥିଲା । ଶବକୁ ଏକ ଅଖାରେ ଭର୍ତିକରି ଲୁଚାଇଦେବା ପାଇଁ ପ୍ରୟାସ କରାଯାଇଥିବା ଟୁଲୁ ପରିବାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାରେ ଟୁଲୁ ର ଶ୍ୱଶୁର ଘର ସମସ୍ତେ ସଂଶ୍ଳିଷ୍ଟ ଥିବା ବେଳେ କେବଳ ସ୍ତ୍ରୀ ଓ ଶଳା ଥାନାରେ ଯାଇ ଆତ୍ମ ସମର୍ପଣ କରିଛନ୍ତି । ଜଗନ୍ନାଥପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଂଚି ସମସ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି । ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ଅନ୍ୟପଟେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଥାନାରେ ଆତ୍ମସମର୍ପଣ କରିବା ପରେ ଅ।ଉ ପୋଲିସ ସାଇଣ୍ଟିଫିକ ଦଳ ସହ ଗାଁରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କାତି ଓ ଖଣ୍ଡବିଖଣ୍ଡ ଶବକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।