ପାଲକଷଣ୍ଢା ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତ ପାଲକଷଣ୍ଢା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହନ୍ତ ରାମକୃଷ୍ଣ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ଶିକ୍ଷାବିତ୍ ପ୍ରତାପ ଚନ୍ଦ୍ର ଶତପଥୀ,ଧାନପୁଞ୍ଜା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଲକୃଷ୍ଣ ସାବତ ପ୍ରମୁ୍ଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରିଥିଲେ I ଶିକ୍ଷକ ସୀତାକାନ୍ତ ତ୍ରିପାଠି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ରାଜେନ୍ଦ୍ର କୁମାର ଜେନା, ଚିନ୍ମୟ ପ୍ରଧାନ୍, ଟୁକୁନା ବେହେରା, ଦେବବ୍ରତ ଦାଶ,କାଳୁ ଚରଣ ଗୌଡ଼, ଶିକ୍ଷୟିତ୍ରୀ ପ୍ରମଦା ସାହୁ, ଲିପିକା ପ୍ରଧାନ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବିଧାନ ସ୍ଵାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ