ପାଲାଗାୟକ ପରିଷଦ ପକ୍ଷରୁ କ୍ରୀଡାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କୋଣାର୍କ, (ଗଣେଶ ବେହେରା):ଓଡ଼ିଶାର ସଂସ୍କୃତି କୁ ବଞ୍ଚାଇ ଆସୁଥିବା ନିଜସ୍ଵ ବୌଦ୍ଧିକ ଓ ବିଦଗ୍ଧ କଳା ପାଲା କୁ ନେଇ ବଞ୍ଚୁଥିବା ପାଲା କଳାକାରମାନେ କରୋନାର ଦୁଃଖଦ ପରିସ୍ଥିତିରେ ନିଜର ଜୀବିକା ହରାଇ ଅତ୍ୟନ୍ତ ଦୁଃଖରେ ଜୀବନ ବିତାଉଛନ୍ତି । ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ , ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦଶ ଦଫା ଦାବି ପତ୍ର ମାନ୍ୟବର କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରାଙ୍କ ଜରିଆରେ ପ୍ରଦାନ କରିଛନ୍ତି ଅର୍କ ମଣ୍ଡଳ ପାଲା ଗାୟକ ପରିଷଦ , କୋଣାର୍କ ପକ୍ଷରୁ ରାଜ୍ୟ ପାଲା ଗାୟକ ପରିଷଦ ସାଂସ୍କୃତିକ ସମ୍ପାଦକ ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ , ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦ ସାଂସ୍କୃତିକ ସମ୍ପାଦକ ତଥା ଅର୍କ ମଣ୍ଡଳ ସମ୍ପାଦକ ମଂଗରାଜ ବିଶ୍ଵାଳ , ଅର୍କ ମଣ୍ଡଳ ସଭାପତି ଉପେନ୍ଦ୍ର ନାଥ ବେହେରା , ସହ ସମ୍ପାଦକ ଅଜୟ କୁମାର ଦୀକ୍ଷିତ ଗାୟକ ଦିଲ୍ଲୀପ କୁମାର ରାଉତ, ରବିନାରାୟଣ ସାହୁ , ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ କର୍ମକର୍ତ୍ତା । ଲୋକ କଲ୍ୟାଣ କାର୍ଯ୍ୟକ୍ରମ ତଥା କରୋନା ସଚେତନତା ପାଇଁ ପାଲାକୁ ସୁଯୋଗ , ପାଲା ଏକାଡେମୀ ପ୍ରତିଷ୍ଠା , ସ୍ବାସ୍ଥ୍ୟ ବୀମା ଓ ଆକସ୍ମିକ ମୃତ୍ୟୁରେ ଆର୍ଥିକ ସାହାଯ୍ୟ , କାର୍ଯ୍ୟାଳୟ ପାଇଁ ଭୁବନେଶ୍ବରରେ ବିନା ମୂଲ୍ୟରେ ଜାଗା , ସଙ୍ଗୀତ ନାଟକ ଏକାଡେମୀ ରେ ପାଲା ଗାୟକ ପ୍ରତିନିଧି ଙ୍କ ସ୍ଥାୟୀତ୍ବ ପ୍ରଭୃତି ଦାବୀ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ