ପାଲା ଗାୟକ ସ୍ୱର୍ଗତ ଦିବାକର ସାହୁଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବେଗନା ଗ୍ରାମର ପାଲା ଗାୟକ ସ୍ୱର୍ଗତ ଦିବାକର ସାହୁଙ୍କ ଉଦ୍ଦେଶ୍ୟରେ ନିଜ ବାସଭବନରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ଶ୍ରୀ ନିଳାଚନ ନିଖିଳତ୍କୋଳ ପାଲା ଗାୟକ ପରିଷଦ ଭଦ୍ରକ-ବାଲେଶ୍ୱରର ସଭାପତି ଡଃ. ରାଜ କିଶୋର ନାୟକ, ଉପସଭାପତି ଅଧ୍ୟାପକ ବିଜୟ କୁମାର ଘୋଷ, ସଂପାଦକ ଗାୟକ ଲାସ୍ୟ ଭୂଷଣ ଚନ୍ଦ୍ର ଶେଖର ପାଢୀ, ଗାୟକ ନିଶିକାନ୍ତ ନବ କୁମାର ଲେଙ୍କା, ରାଜ୍ୟ ଉପସଭାପତି ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ, ରାଜ୍ୟ ସାଂସ୍କୃତିକ ସଂପାଦକ ଗାୟକ ବାଗ୍ନିଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଗାୟକ କେଶରୀ ବାବାଜି ଚରଣ ଜେନା, ଶରତ ଚନ୍ଦ୍ର ସୂତାର, ପିତାମ୍ବର ପଣ୍ଡା, ବାବାଜି ରାଉତ, ଗୌରାଙ୍ଗ ଦାସ, ବାବାଜି ସାହୁ, ପ୍ରଭାକର ଆରୁକ୍, ପ୍ରଶାନ୍ତ ବେହେରା, କଳାକର ମିଶ୍ର, ବାୟକ ମହେଶ୍ୱର ପଲେଇ, ମହେଶ୍ୱର ଦାସ, ବାବାଜି ଚରଣ ନାୟକ, ସନାତନ ବାରିକ, ବିପିନ ପାତ୍ର, ସୁଧାକର ବାରିକ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ଶଙ୍କର୍ଷଣ ଜେନା, ସରପଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ଗୌରାଙ୍ଗ ନନ୍ଦ, ପ୍ରବଚକ ଚିତ୍ତ ରଞ୍ଜନ ନାୟକ, ଦୀନବନ୍ଧୁ ନାୟକ, ଯୁବନେତା ନିରଞ୍ଜନ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ବାବାଜି ଚରଣ ଦଳେଇ, ନାତୁଣୀ ବନ୍ଦନା ବେହେରା, ଜ୍ୟୋଷ୍ଠ ପୁତ୍ର ଭାଗିରଥି ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ୭ଥର ଓଁକାର ଧ୍ୱନି ସହ ଗୀତାର ଏକାଦଶ ଅଧ୍ୟାୟ ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଝିଅ, ଜ୍ୱାଇଁ, ପୁତ୍ର, ପୁତ୍ରବଧି, ନାତିନାତୁଣୀ, ଭଉଣୀ, ଭିଣୋଇ, ଭଣଜା, ଭାଣିଜୀ, ବନ୍ଧୁବାନ୍ଧବ ଓ ପରିବାରବର୍ଗ ଉପସ୍ଥିତ ଥିଲେ ।