ବିଭିନ୍ନ ଦୁର୍ନୀତିର ପ୍ରତିବାଦରେ ବ୍ଲକ ଘେରାଓ କରି ରଣହୁଙ୍କାର ଦେଲା ସଦର ବିଜେପି

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ବ୍ଲକରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି ପ୍ରତିବାଦରେ ତଥା ସାଧାରଣ ଜନତାଙ୍କ ହକରେ ବାଧକ ସାଜିଥିବା ଧୃତରାଷ୍ଟ୍ର ସଦୃଶ୍ୟ ପ୍ରଶାସନ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ସଦର ବ୍ଲକ ତରଫରୁ ଆଜି ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ହଜାର ହଜାର ଜନସାଧାରଣ ବ୍ଲକ ଘେରାଓ ଡାକରା ଦେଇଥିଲେ । ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଓ ଗୌରାଙ୍ଗ ଦାସ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆୟୋଜିତ ସଭାରେ ସମସ୍ତ ମଣ୍ଡଳର ସଭାପତି, ପ୍ରଭାରୀ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, ମଣ୍ଡଳର ସାଧାରଣ ସମ୍ପାଦକ, ପଞ୍ଚାୟତ ସଭାପତି, ବିଭିନ୍ନ ମୋର୍ଚ୍ଚାର ମୁଖ୍ୟ ତଥା ମୁଖ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଦର ବ୍ଲକରେ ଦୀର୍ଘଦିନ ଧରି ପ୍ରଶାସନ ଓ ଶାସକ ଦଳର ସଲାସୁତୁରାରେ କିଭଳି କାମ ନ କରି ଲକ୍ଷ ଲକ୍ଷ ଟଙ୍କାର ବିଲ ହଡପ ହେଉଛି, ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନଦେଇ ଅଯୋଗ୍ୟଙ୍କୁ ପ୍ରଦାନ କରାଯାଉଛି, ଦୀର୍ଘ ଦିନ ଧରି ପ୍ରକଳ୍ପ ସରିବା ପରେ ମଧ୍ୟ ବିଲ ପ୍ରଦାନରେ ଜାଣିଶୁଣି ବିଳମ୍ବ କରିବା, ଏଫ.ଡି.ଆର ରେ ବନ୍ୟା କ୍ଷତିଗ୍ରସ୍ତ ରାସ୍ତାକୁ ସାମିଲ ନକରି ଶାସକ ଦଳର କଥାରେ ପକ୍କା ରାସ୍ତାକୁ ସାମିଲ କରିବା, ବୟସ୍କ ଓ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ନଦେଇ ଧନୀ ଓ ଅଯୋଗ୍ୟ ଲୋକଙ୍କୁ ଭତ୍ତା ପ୍ରଦାନ କରିବା, ବିଶେଷ କରି ବିଡିଓ ମହୋଦୟ ବିରୋଧି ଦଳ ପ୍ରତି ବର୍ଷ ବର୍ଷ ଧରି ପାତର ଅନ୍ତର କରିବା ସଂପର୍କରେ ବକ୍ତବ୍ୟ ରଖିବା ସହ ଏକ ୭ ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଉକ୍ତ ୭ ଦଫା ଦାବୀ ମଧ୍ୟରେ ଏଫ.ଡି.ଆର ପ୍ରକଳ୍ପ ଗୁଡିକ ନିରପେକ୍ଷ ତଦନ୍ତ କରି ଚୁଡାନ୍ତ ତାଲିକାରେ ସାମିଲ କରିବା, ଦୀର୍ଘଦିନ ଧରି ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ଗୁଡିକର ବିଲକୁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ ନକରି ଶୀଘ୍ର ପ୍ରଦାନ କରିବା, ୫ଟିରେ ସାମିଲ ସ୍କୁଲକୁ ବିନା ସରକାରୀ ନିର୍ଦ୍ଦେଶରେ ସରପଞ୍ଚ ମାନଙ୍କୁ ପଞ୍ଚାୟତ ପାଣ୍ଠିରୁ ପ୍ରଦାନ କରିବାକୁ ବାଧ୍ୟ ନକରିବା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କୁ ତୁରନ୍ତ ତଦନ୍ତ କରି ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବା, ଭତ୍ତା ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ତୁରନ୍ତ ଯୋଗ୍ୟ ହିତାଧିକାରଙ୍କୁ ଭତ୍ତା ପ୍ରଦାନ କରିବା, ସୂଚନା ଅଧିକାର ଆଇନ ସମ୍ପର୍କିତ ତଥ୍ୟାବଳୀକୁ ଆବେଦନକାରୀଙ୍କୁ ପ୍ରଦାନ କରିବାରେ ଜାଣିଶୁଣି ବିଳମ୍ବ ନକରି ୩୦ ଦିନ ମଧ୍ୟରେ ପ୍ରଦାନ କରିବା, ବିଜେପି ଦଳର ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ବିଡିଓ ମହୋଦୟ ଅସୂୟା ମନୋଭାବ ଓ ପାତର ଅନ୍ତର ନକରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ କରିଥିଲେ । ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ସଭାସ୍ଥଳକୁ ଆସି ଦାବୀପତ୍ର ଗ୍ରହଣ କରିବା ସହ ୧୦ ଦିନ ମଧ୍ୟରେ ଉକ୍ତ ୭ ଦଫା ଦାବୀ ଗୁଡିକ ପୂରଣ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ପରେ ପ୍ରତିଶୃତିକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ଭଙ୍ଗ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ପ୍ରଭାରୀ ସୁଶାନ୍ତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା ଓ ଅରୁଣ ବେଜ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସୀତାକାନ୍ତ ସ୍ୱାଇଁ, ଉପେନ୍ଦ୍ର ଶତପଥୀ, ବିଜୟ ପାଣିଗ୍ରାହୀ, ସଞ୍ଜୀବ ସାହୁ, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଗୟାଧର ବେହେରା, ସରପଞ୍ଚ ରବିନାରାୟଣ ପ୍ରଧାନ,ଜୟନ୍ତି ଆଦିକ, ଆରତୀ ଶତପଥୀ, ବନିତା ଭୂୟାଁ, ଜିତେନ ଜେନା, ଆରତୀ ଦାସ, ରାମନାରାୟଣ ଦୀବେଦୀ, ସୁସ୍ମିତା ଦାସ, ନିରଞ୍ଜନ ଧଳ, ସମତିସଭ୍ୟ ମାୟାଧର ମହାଳିକ, ରଞ୍ଜନ ପାଣି, ରଶ୍ମିତା ନାୟକ, ମାମନୀ ଜେନା, ଅଞ୍ଜନ ପରିଡା, ପ୍ରିୟଙ୍କା ଜେନା, ହାରାମଣୀ ବେହେରା, ରବୀନ୍ଦ୍ର ଜେନା, ରାଜକିଶୋର ମହାଳିକ, ସୂର୍ଯ୍ୟ ମିଶ୍ର, ଫାଲଗୁନୀ ବର୍ମନ, ମଣ୍ଡଳ ସଭାପତି ବିଜୟ ଦାସ, ଅନିଲ ପାତ୍ର, କାର୍ତ୍ତିକ ରାଉତ, ତପନ ଗିରି, ଶ୍ରୀକାନ୍ତ ମହାପାତ୍ର, ସର୍ବେଶ୍ୱର ମହାନ୍ତି, ଅନ୍ତର୍ଯ୍ୟାମୀ ବେହେରା, ସୁବେଶ ନାୟକ, କାର୍ତ୍ତିକ ପ୍ରଧାନ, ଅନିତା ବେହେରା, ଅମ୍ବିକା ବେହେରା, ବାସନ୍ତୀ ବେହେରା, ସଚୀନ୍ଦ୍ର ମହାନ୍ତି, ଲୋକନାଥ ଶତପଥୀ, ପ୍ରଦୀପ ଦାସ, ପିତାମ୍ବର ଭୂୟାଁ, ପ୍ରିୟରଞ୍ଜନ ପୃଷ୍ଟି, ସୁଭ୍ରାଂଶୁ ବାରିକ, ବେଣୁଧର ପରିଡା, ଭାଗ୍ୟଧର ଦାସ, ତପନ ଦାସ, ମାନସ ନାୟକ, ଅରବିନ୍ଦ ଜେନା, ବିରେନ୍ଦ୍ର ସେନାପତି, ବିରେନ୍ଦ୍ର କର, ମଞ୍ଜୁ ଗାୟନ, ଶ୍ରୀୟା ଦାସ, ସସ୍ମିତା ଶୁକ୍ଳା, ପ୍ରଜ୍ଞା ପରମିତା ଗିରି, ବୃନ୍ଦାବନ ରାଉତ, ମାୟାଧର ପ୍ରଧାନ, ସୁଶାନ୍ତ ମହାପାତ୍ର, ଶ୍ରୀନିବାସ ମହାଳିକ, କାଳିଆ ପଣ୍ଡା, ମାମୁନୀ ହାଥୀ, ମମତା ଜେନା, ସଞ୍ଜୟ ମଣ୍ଡଳ, ମୁକୁନ୍ଦ ଆଦିକ, ସଦାଶିବ ଜେନା, ବିକାଶ ପାଢୀ, ମନ୍ମୟ ଦାସ, ଧୀରଜ ମହାନ୍ତି, ସୌଭାଗ୍ୟ ମାନସ ନାୟକ, ପବନ କମିଳା, ଶ୍ରୀହରି ଶୁକ୍ଳା, ପର୍ଶୁ ମହାନ୍ତି, ଦୁର୍ଗା ବେହେରା, ମୁନା ମହନ୍ତ, ସୁଶାନ୍ତ ସାହୁ, ଶକ୍ତିଶଙ୍କର ପାଣିଗ୍ରାହୀ, ବବଲୁ ମିଶ୍ର, ଜିତେନ୍ଦ୍ର ଷଡଙ୍ଗୀ ସମେତ ପଞ୍ଚାୟତର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ