ପାଳେନ୍ଦୀ ଘାଟରୁ ଚୋରା ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତରେ ଦେବୀନଦୀରେ ଥିବା ପାଳନ୍ଦୀ ଘାଟରୁ ଚୋରା ବାଲି ଚାଲାଣ ସମୟରେ ଶନିବାର ତହସିଲ ପକ୍ଷରୁ ଏକ ଟ୍ରାକ୍ଟର ଜବତ କରାଯାଇଛି । ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ଉକ୍ତ ଟ୍ରାକ୍ଟରଟିକୁ ଜବତ କରି ନାଉଗାଁ ଥାନା ଜିମା ଦେଇଛନ୍ତି । ସୂଚନା ମୁତାବକ ଉକ୍ତ ଘାଟଟି ନିଲାମ ହୋଇ ନଥିବା ବେଳେ ପ୍ରତ୍ୟେହ ଏହି ଘାଟରୁ ବାଲି ମାଫିଆ ମାନେ ଚୋରା ବାଲି ଚାଲାଣ କରୁଛନ୍ତି । ତହସିଲ ପକ୍ଷରୁ ବାରମ୍ବାର ଚଢାଉ କରାଯାଇ ବାଲି ଗାଡି ଜବତ କରାଯାଉଥିଲେ ମଧ୍ୟ ଲୋକ ଦେଖାଣିଆ ଜୋରିମାନା ଆଦାୟ କରାଯାଇ ଗାଡିକୁ ଛାଡି ଯାଉଛି । ଯାହାଫଳରେ ବାଲି ମାଫିଆମାନେ ବାରମ୍ବାର ବାଲି ଚୋରି କରୁଛନ୍ତି । ଶନିବାର ଉକ୍ତ ଟ୍ରାକ୍ଟର ନଂ ଓଡି ୨୧ଜେ ୪୯୫୬ ବାଲି ଆଣି ଆସୁଥିବା ବେଳେ ବଛାଳୋ ନିକଟରେ ଉକ୍ତ ବାଲି ଗାଡିକୁ ଧରାଯାଇଥିଲା । ଗାଡି ଧରା ଯିବା ସମୟରେ ଚାଳକ ବାଲିକୁ ସେହିଠାରେ ତଳେ ଢଳି ଫେରାର ହୋଇ ଯାଇଥିଲେ । ଥାନା ପକ୍ଷରୁ ଗାଡିକୁ ଜବତ କରାଯିବା ସହିତ ଥାନାରେ ରଖାଯାଇଛି । ଏ ବିଷୟରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରେ -ବାଲି ଗାଡି ଠାରୁ ଜୋରିମାନା ଆଦାୟ କରାଯିବା ସହ ମାମଲା ରୁଜୁ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ