ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ “ପାୟଲ ମ୍ୟୁଜିକ ସ୍କୁଲ” ପକ୍ଷରୁ ଐତିହାସିକ ଓ ସଂଗ୍ରାମୀ ଗ୍ରାମ ଧୂମାତ ଗାନ୍ଧୀ ସ୍ମୃତି ପୀଠରେ ସ୍ୱାଧିନତାର ୭୫ ବର୍ଷ ପାଳନ ଅବସରରେ “ଆଜାଦିକି ଅମୃତ ମହୋତ୍ସବ” ପାଳିତ ହୋଇଯାଇଛି । ଏହି କାର୍ଯର୍୍ୟକ୍ରମରେ ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମାମାନେ ଧୂମାତ ଗ୍ରାମ ମଧ୍ୟରେ ଏକ ସଚେତନତା ଧର୍ମୀ ରାଲି କରି ଗାନ୍ଧୀ ସ୍ମୃତି ପୀଠରେ ପହଞ୍ଚିଥିଲେ । ସେଠାରେ ଥିବା ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତୀକୁ ସ୍ନାନ କରାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅତି ପ୍ରିୟ ଭଜନକୁ ସମସ୍ତେ ସାମୁହିକ ଭାବେ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାୟଲ ମ୍ୟୁଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ, ଗୁରୁ ଭାଷ୍କର ଚନ୍ଦ୍ର ବେହେରା, ନଳିନୀକାନ୍ତ ପଣ୍ଡା, ସମାଜସେବୀ ଶାନ୍ତନୁ ମଲ୍ଳିକ, ଗୋଲକ ଚନ୍ଦ୍ର ଜେନାଙ୍କ ସମେତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।