ପିଆଜ ଉପରେ ସିଏଏ ପ୍ରଭାବ

ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ କଥା ଚିନ୍ତା କରାଯାଇପାରେନା । ପିଆଜ କାଟିଲେ ଲୁହ ବାହାରିବା ଥୟ । ତେବେ ଏବେ ପିଆଜ କିଣିଲେ ଆଖିରୁ ଲୁହା ବାହାରୁଛି । ଏହାର କାରଣ ହେଉଛି ପିଆଜର ଅମୂଲ ମୂଲ । ଚଳିତ ବର୍ଷ ପିଆଜର ଦର ବୃଦ୍ଧିକୁ ନେଇ ସର୍ବକାଳୀନ ରେକର୍ଡ ହୋଇଛି । ତେବେ ରାଜ୍ୟକୁ ପିଆଜ ଆମଦାନୀ ବଢିବା ପରେ ପିଆଜ ଦର କିଛି ମାତ୍ରାରେ କମିଯାଇଥିଲାବେଳେ ଏବେ ପୁଣି ପିଆଜ ଦର ବଢିବାରେ ଲାଗିଛି । ତେବେ ନାଗରିତା ଆଇନ(ସିଏଏ)କୁ ନେଇ ଯେଉଁ ହିଂସାକାଣ୍ଡ ଘଟୁଛି ସେଥିପାଇଁ ପିଆଜ ଦର ବଢିଥିବା କୁହାଯାଇଛି । ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଏହା କହିଛନ୍ତି । ସେ କହିଛନ୍ତି ଯେ, ନାଗରିତା ଆଇନକୁ ନେଇ ବିଭିନ୍ନ ସ୍ଥାନରେ ହିଂସା ଯୋଗୁଁ ପରିବହନ ବାଧାପ୍ରାପ୍ତ ହୋଇଛି । ହିଂସା ଯୋଗୁଁ ପିଆଜ ବୋଝେଇ ଗାଡ଼ି ଆସିପାରୁନାହିଁ । ଏଥିସହ ୨/୩ଟି ସ୍ଥାନରେ ବର୍ଷା ହେବାରୁ ନୂଆ ପିଆଜ ଆସିପାରୁନାହିଁ । ପିଆଜ ଆସିଲେ ୨/୩ ଦିନ ଭିତରେ ଦର ଖସିବା ସମ୍ଭାବନା ରହିଥିବା ଶ୍ରୀ ପଣ୍ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ