ପିଏଚ୍ଡି ଅଧିକାରୀଙ୍କୁ ପ୍ରଶଂସା
ବାତ୍ୟାର ପ୍ରକୋପରେ ପୁରୀ ସହର ଧ୍ୱଂସ ହୋଇଥିଲା ବେଳେ ଲୋକମାନେ ପାଣି ପାଇଁ ହାହାକାର ହୋଇଥିଲେ । ହେଲେ ବାତ୍ୟାର ପରଠାରୁ ପିଏଚ୍ଡି ଅଧିକାରୀ ପାଇପ୍ ଯୋଗେ ପାଣି ସହରର ବିଭିନ୍ନ ଅଞ୍ଚଳକୁ ପଠାଇଥିଲେ । ଫଳରେ ସମସ୍ତେ ଘରେ ଟିଉବଲ ମାଧ୍ୟମରେ ପାଣି ସୁବିଧାରେ ପାଇଥିଲେ । ଫଳରେ ପାଣି ପିଇ ଜୀବନ ରକ୍ଷା କରିଥିଲେ । ଏପରିକି ଯେଉଁ ଅଞ୍ଚଳକୁ ପାଇପ୍ ଯାଇ ନାହିଁ ସେଠାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଥିଲା ପିଏଚ୍ଡି । ତେଣୁ ବାତ୍ୟା ପରଠାରୁ ଲଗାତର ଭାବରେ ପିଏଚ୍ଡି ପାଣି ଯୋଗାଇ ଥିବାରୁ ଲୋକମାନେ ଜେନେଟର ମାଧ୍ୟମରେ ପାଣି ଟାଙ୍କିକୁ ଉଠାଇ ଜୀବନ ରକ୍ଷା କରିଥିଲେ । ଆଜିର ବୈଠକରେ ଏହି ପିଏଚଡି ଅଧିକାରୀଙ୍କୁ ପ୍ରଶାଂସା କରାଯାଇଥିଲା । ଜିଲ୍ଲାପାଳ ମଧ୍ୟ ପିଏଚ୍ଡିର କାର୍ଯ୍ୟ ପାଇଁ ବହୁତ ଖୁସିବ୍ୟକ୍ତ କରିଥିଲେ ।


