ପିଛା ଛାଡ଼ୁନି ଟ୍ରୋଲିଂ
ଟ୍ରୋଲିଂ ଯେମିତି ଅନନ୍ୟା ପାଣ୍ଡେଙ୍କ ପିଛା ଛାଡ଼ିବାର ନାଁ ଧରୁନାହିଁ । କେତେବେଳେ ବଲିଉଡରେ ନେପୋଟିଜମ ନେଇ ବକ୍ତବ୍ୟ, ପୁଣି କେତେବେଳେ ବିବାଦୀୟ ପ୍ରସଙ୍ଗରେ ଅଯଥାରେ ମୁଣ୍ଡ ଖେଳାଇବା ଏସବୁ ନେଇ ବାରମ୍ବାର ଟ୍ରୋଲ ହେଉଛନ୍ତି ଅନନ୍ୟା । ନିନ୍ଦୁକମାନେ କହୁଛନ୍ତି ଯେ ମାତ୍ର ଦୁଇଟି ଫିଲ୍ମ କରି ଅନନ୍ୟା ଧରାକୁ ସରା ମଣୁନାହାନ୍ତି । ଅଭିନୟରେ ଏବେ ବି ପଟୁ ହୋଇନାହାନ୍ତି । ତଥାପି ନିଜର ଭାଉ ବଢେ଼ଇବା ପାଇଁ ୟାଡୁ ସ୍ୟାଡୁ କଥା କହୁଛନ୍ତି । କିଛି ଦିନ ତଳେ ନେଟିଜେନମାନେ ତାଙ୍କୁ ବେଶ କଡ଼ା କଥା କହି ଟ୍ରୋଲ କରିଛନ୍ତି । ଧଳା ରଙ୍ଗର ଏକ କାଜୁଆଲ ସ୍ୱେଟ ସାର୍ଟ ପିନ୍ଧି ବାହାରକୁ ବାହାରିଥିଲେ ଅନନ୍ୟା । ତାଙ୍କ ମୁକ୍ତ କେଶରେ ‘ନୋ ବଟମ ଲୁକ୍’ ପୂରା ପରଫେକ୍ଟ ଥିଲା । ହେଲେ ନେଟିଜେନମାନେ ତାଙ୍କୁ ଅସଭ୍ୟ, ପ୍ୟାଣ୍ଟ ପିନ୍ଧିବାକୁ ଭୁଲିଯାଇଛନ୍ତି ବୋଲି ଉଲ୍ଲେଖ କରିବାକୁ ପଛାଇ ନଥିଲେ । କେହି ଜଣେ ୟୁଜର ଲେଖିଥିଲେ ଅନନ୍ୟାଙ୍କ ପାଖରେ ପ୍ୟାଣ୍ଟ କିଣିବାକୁ ଟଙ୍କା ନଥିଲା ।