ଅକ୍ଷୟଙ୍କ ସହିତ ତାଳ ମିଳାଇଲେ କିଆରା

ରାଘବ ଲରେନ୍ସ ନିର୍ଦ୍ଦେଶିତ ହରର କମେଡି ‘ଲକ୍ଷ୍ମୀ ବମ୍ବ’ର ସୁଟିଂ ପ୍ରାୟ ସରି ଆସିଲାଣି । କିଛି ଦିନ ତଳେ ଏହି ଫିଲ୍ମର ଏକ ଗୀତର ସୁଟିଂ ପାଇଁ ପୁରା ୟୁନିଟ ଦୁବାଇ ଯାଇଥିଲେ । ଗୀତଟିର ଶୀର୍ଷକ ‘ବୁର୍ଜ ଖଲିଫା’ । ଏହି ଗୀତରେ ଅକ୍ଷୟ କୁମାରଙ୍କ ସହିତ ପାଦରେ ପାଦ ମିଳାଇଛନ୍ତି କିଆରା ଆଡଭାନି । କୋରିଓଗ୍ରାଫି କରିଛନ୍ତି ଗଣେଶ ଆଚାର୍ଯ୍ୟ । ବୁର୍ଜ ଖଲିଫା ସହିତ ମଡେନ ଟ୍ରିଜ, ଜୁମେଇହାରା ବିଚ, ମାରିନା ସିଟିରେ ମଧ୍ୟ ଏହି ନୃତ୍ୟର କୋରିଓଗ୍ରାଫି ହୋଇଛି । ପ୍ରାୟ ୧୦୦ ଜଣ ବ୍ୟାକଗ୍ରାଉଣ୍ଡ ଡ୍ୟାନସରଙ୍କୁ ଏହି ନୃତ୍ୟ ପାଇଁ ବ୍ୟବହାର କରାଯାଉଛି । ନାଚର ଗୋଟିଏ ଦୃଶ୍ୟରେ ହିପ ହପ ଷ୍ଟେପ୍ସ ମଧ୍ୟ ବ୍ୟବହାର କରାଯାଇଛି ଯେଉଁଥିରେ ଅକ୍ଷୟ କୁମାରଙ୍କୁ ଏକ ମୋଟା ସୁନା ଚେନ ପିନ୍ଧିଥିବାର ଦେଖିବାକୁ ମିଳିଛି । ତିନିଦିନରେ ସୁଟିଂ ସିଡ୍ୟୁଲରେ କିଆରାଙ୍କୁ ବେଶ ସହଯୋଗ କରିଥିଲେ ଅକ୍ଷୟ । ଅକ୍ଷୟଙ୍କ ସହଚର୍ଯ୍ୟ ପାଇ କିଆରା ଅତି ସାବଲୀଳ ଭଙ୍ଗୀରେ ଅକ୍ଷୟଙ୍କ ସହିତ ପାଦରେ ପାଦ ମିଶାଇ ନାଚିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ