ପିତାନାଉ ଜଙ୍ଗଲରେ ପୁଣି ଏକ ମାଈହାତୀର ମୃତ୍ଯୁ

ହାଟଡିହି,(ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହଦଗଡ଼ ଅଭୟାରଣ୍ୟ କାଠକଟା ସେକ୍ସନ ବଉଳା ସଂରକ୍ଷିତ ଜଙ୍ଗଲ ସ୍ଥିତ ତାଗମରା ଠାରେ ଏକ ମାଈହାତୀର ମୃତ୍ଯୁ ଘଟିଛି। ଖବର ପାଇ ଡ଼ିଏଫଓ ଅଭୟ କୁମାର ଦଳେଇ, ହଦଗଡ଼ ରେଞ୍ଜର ମାର୍ଶାଲ କିସ୍କୁ, ଫରେଷ୍ଟର ମଳୟ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ମାଈହାତୀର ବୟସ ୫/୬ବର୍ଷ ମଧ୍ୟରେ ହେବାନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଯାଏଁ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନଥିବା ବେଳେ ହାତୀଙ୍କ ମଧ୍ୟରେ ମାଡ଼ଗୋଳ କିମ୍ବା ରୋଗ ଦ୍ୱାରା ମାଈହାତୀର ମୃତ୍ଯୁ ଘଟିଥିବା ନେଇ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଶନିବାର ହାତୀ ଶବର ବ୍ୟବଚ୍ଛେଦ ବିଳମ୍ବ ହେବାରୁ ରବିବାର ପୂର୍ବାହ୍ନରେ ଘସିପୁରା ଭେଟେନାରୀ ଡ଼ାକ୍ତର ସରୋଜ କୁମାର ମହାନ୍ତି, ଆନନ୍ଦପୁରରୁ ସର୍ଜନ ଆସିଷ୍ଟାଣ୍ଟ ଭାଗ୍ୟଶ୍ରୀ ଓଝା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତ ଶରୀରକୁ ବ୍ୟବଚ୍ଛେଦ କରିଛନ୍ତି । ଟେଷ୍ଟିଂ ରିପୋର୍ଟ ପାଇଁ ମୃତ ମାଈହାତୀର ଆବଶ୍ୟକୀୟ ଅଙ୍ଗ ଲ୍ୟାବକୁ ପଠାଯାଇଛି। ପୋଷ୍ଟମୋର୍ଟମ ରିପୋର୍ଟ ଆସିଲେ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତିନିମାସ ଭିତରେ ତିନି ତିନୋଟି ହାତୀର ମୃତ୍ୟୁ ଘଟିବା ଜଙ୍ଗଲ ବିଭଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନ ବିଭାଗ ହାତୀ ମାନଙ୍କ ଉପରେ ଠିକ୍ ଭାବେ ନଜର ରଖୁ ନଥିବାରୁ ହାତୀ ମାନଙ୍କ ଯେପରି ମୃତ୍ୟୁ ଘଟୁଛି ଅଳ୍ପ ଦିନ ଭିତରେ ହସ୍ତୀ ଅଭୟାରଣ୍ୟ ହସ୍ତିଶୁନ୍ୟ ହୋଇ ପଡିବା ଆଶଙ୍କା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ