ପିତୃଦିବସ ଉପଲକ୍ଷେ ଡାଲମିଆ ସିମେଣ୍ଟଟର ଘର ଏକ ସନ୍ଦୁକ ଅଭିଯାନ

ଦେଶର ଅଗ୍ରଣୀ ସିମେଣ୍ଟଟ ନିର୍ମାତା ଡାଲମିଆ ଭାରତ ସିମେଣ୍ଟ ପକ୍ଷରୁ ସାମାଜିକ ଗଣ ମାଧ୍ୟମ ରେ ଭାବପ୍ରବଣତାରେ ଭରପୁର ୰ ଘର ଏକ ସନ୍ଦୁକ ଅଭିଯାନ ଆରମ୍ଭ ହୋଇଛି । ପରିବାରରେ ଗଢି ଉଠିଥିବା ପିତା ଓ ସନ୍ତାନ ସନ୍ତତି ମନଙ୍କ ମଧ୍ୟରେ ସଂପର୍କକୁ ଏହି ଫିଲ୍ମରେ ପ୍ରାଧାନ୍ୟ ଦିଆଯାଇଛି । ଏଥିରେ ଘରକୁ ନେଇ ସ୍ମୃତି ଓ ଭବିଷ୍ୟତକୁ ଏପରି ଚିତ୍ରଣ କରାଯାଇଛି ଯେ ପ୍ରତ୍ୟେକ ଗୃହନିର୍ମାଣକାରୀ ନିଜସ୍ୱ ଘରକୁ ନେଇ ଆଶାବାଦୀ ଓ ଗର୍ବିତ ହୋଇପାରିବ । ଡାଲମିଆ ସିମେଣ୍ଟର ଡିଜିଟାଲ ଏଜେନ୍ସି କ୍ରିଏଟିଭ ଷ୍ଟ୍ରିଟ ଦ୍ୱାରା ପରିକଳ୍ପିତ ଓ ଗୋଇଙ୍ଗ ରଗ ଫିଲ୍ମ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମ ଡାଲମିଆ ସିମେଣ୍ଟର ବ୍ରାଣ୍ଡ ଆଦର୍ଶ “ଦିଲ ଯୋଡେ, ଦେଶ ଯୋଡେ” ପ୍ରତିଫଳିତ ହୋଇଛି ।
ଏହି ଫିଲ୍ମରେ ଜଣେ ପୁତ୍ରର ପିଲାଦିନର ଅନୁଭୁତି ଓ ପିତାଙ୍କ ସହ ସମ୍ପର୍କ କୁ ବ୍ୟାଖ୍ୟା କରାଯାଇଛି । ପରବର୍ତି ସମୟରେ ସେହି ପୁତ୍ର ଏକ କନ୍ୟାର ଜନକ ହେବା ପରେ ସବୁ ପୁରୁଣା ଅନୁଭୁତି ଓ ସଂପର୍କ ସେହି ଏକା ଘରେ ପୁର୍ନଜିବିତ ହୋଇଯାଇଛି । ଏଥିରେ ନିଜସ୍ୱ ଗୃହରେ ଗଢିଉଠିଥିବା ଦୃଢ ପାରିବାରିକ ସଂପର୍କ, ସିରକ୍ଷା ଓ ଆନନ୍ଦକୁ ନିଖୁଣ ଭାବରେ ଚିତ୍ରଣ କରାଯାଇ ପିତାଙ୍କୁ ଶକ୍ତି ଓ ଘରକୁ ସ୍ୱପ୍ନ ଓ ସଂପର୍କର ଗୁପ୍ତଧନ ଭାବରେ ବ୍ୟାଖ୍ୟା କରାଯାଇଛି । ଏହି ଅଭିଯାନରେ ଡାଲମିଆ ବ୍ରାଣ୍ଡର ମୁଳମନ୍ତ୍ର “ବିଲଡିଙ୍ଗ ବୋଣ୍ଡସ ବିଲଡିଙ୍ଗ ଇଣ୍ଡିଆ” କୁ ଗୁରୁତ୍ୱ ଦିଆଯାଇ ପିତୃଦିବସ ଉପଲକ୍ଷେ ଦର୍ଶକ ମାନଙ୍କୁ ସେମାନଙ୍କ ନିଜସ୍ୱ ଗୃହର ବିଶ୍ୱସନୀୟତା ଓ ଏହା ତାଙ୍କ ଜୀବନରେ ଦୃଢ ସଂପର୍କ ଗଢିବାରେ କିପରି ପ୍ରଭାବ ପାକାଇଛି ତାହା ଉପରେ ଆଲୋକପାତ କରାଯାଇଛି । ଏହି ଫିଲ୍ମରେ ସିମେଣ୍ଟର ଶକ୍ତିକୁ ନେଇ ଘରକୁ ସ୍ଥାୟୀ ଓ ସୁରକ୍ଷିତ ସ୍ଥାନ ରୁପେ ଦର୍ଶା ଯାଇଛି । ଡାଲମିଆ ସିମେଣ୍ଟର ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ପ୍ରମେଶ ଆର‌୍ୟ କହିଛନ୍ତି “ଡାଲମିଆ ସିମେଣ୍ଟ ସର୍ବଦା ଗ୍ରାହକଙ୍କ ସହ ଗଭୀର ସଂପର୍କ ସ୍ଥାପନ କରିଥାଏ । ଗୃହ ଉଭୟ ଆର୍ôଥକ ଓ ଆବେଗ ପୁର୍ଣ୍ଣ ପ୍ରତିଶ୍ରୁତି ଆଣିଦେଇଥାଏ । ଏହି ଅଭିଯାନ ଦ୍ୱାରା ଆମେ ଦେଶ ଗଠନ ରେ ଗୃହର ଭୁମିକା ଉପରେ ଗୁରୁତ୍ୱ ଦେଉଛୁ । ଏହି ଅଭିଜାନ ସମସ୍ତ ପିତାଙ୍କୁ ସମର୍ପିତ ଯିଏ ଡାଲମିଆ ସିମେଣ୍ଟ ପରି ସୃଦୃଢ ଘର ଏବଂ ସନ୍ତାନ ସନ୍ତତି ମାନଙ୍କ ସହ ଅତୁଟ ସଂପର୍କ ଗଢି ପାରିଛନ୍ତି । ଏହି ଫିଲ୍ମ ପରିବାରର ସୃତି ଓ ଅନୁବୁତି କୁ ସମ୍ମାନ ଦେଉଛି ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ