ପିପିଲି ନିର୍ବାଚନ ପାଇଁ ଆସିବେ କେନ୍ଦ୍ରୀୟ ସୁରକ୍ଷା ବଳ
ଭୁବନେଶ୍ୱର, (ୱାଇଏନ୍ଏସ୍): ପିପିଲିରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପ ନିର୍ବାଚନ ଲାଗି ୩କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ୧୮ ପ୍ଲାଟୁନ୍ ଓଏସ୍ପି ମୁତୟନ କରିବା ପାଇଁ ନିଷ୍ପତି ହୋଇଛି । ଏଡିଜି ଯଶୱନ୍ତ ସିଂ ଜେଠୱା ଏଥିନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରତି ସ୍ପେଶାଲ ଡ୍ରାଇଭ୍ ଏବଂ ବେଆଇନ୍ ଅସ୍ତ୍ରଶସ୍ତ୍ର ଜବତ କରିବା ଏବଂ ୱାରେଂଟି ଡ୍ରାଇଭ୍କୁ କଡ଼ାକଡ଼ି କରିବା ପାଇଁ ନିଷ୍ପତି ହୋଇଛି ।


