ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ମହମବତୀ ଶୋଭାଯାତ୍ରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପୂର୍ବତନ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ସ୍ଥାନୀୟ କାଳି ମନ୍ଦିର ଛକରେ ଏକ ସର୍ବଦଳୀୟ ଶୋକସଭା ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଏକ ମହମବତୀ ଶୋଭାଯାତ୍ରା ମଧ୍ୟ କାଳି ମନ୍ଦିର ଛକରୁ ବାହାରି ଗରାପୁର କୋଠିଛକ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବନେତା ପ୍ରମୋଦ କୁମାର ପ୍ରଧାନ, ମାନସ କୁମାର ସାହୁ, ରମେଶ ଥାଟୋଇ, ହିରଣ୍ୟ କୁମାର ପଣ୍ଡା, ଶିକ୍ଷକନେତା ପ୍ରଣବ କୁମାର ଜେନା, ଶିକ୍ଷକ ପାର୍ଥସାରଥୀ ବେହେରା, କପାଳେଶ୍ୱର ପଂଚାୟତ ସରପଂଚ ଗାୟତ୍ରୀ ମହାନ୍ତି, ଶ୍ରୀଧର କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ମହାନ୍ତି, ଗଣେଶ୍ୱର ଦାସ, ଚାରୁଲତା ଭୂୟାଁ, ସ୍ୱର୍ଣ୍ଣଲତା ସ୍ୱାଇଁ, ରେଣୁବାଳା ସାହୁ, ରମେଶ ମଲ୍ଲିକ ପ୍ରମୁଖ ଯୋଗଦେଇ ସୂର୍ଗତ ମହାରଥୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ