ପିପୁଲସ କଲେଜରେ ଅବସରକାଳୀନ ସମ୍ବର୍ଦ୍ଧନା
ବୁଗୁଡା, (ଅନିଲ କୁମାର ମହାରଣା):ସ୍ଥାନୀୟ ପିପୁଲସ କଲେଜର ଜୁନ ୩୦ ତାରିଖ ଦିନ ପ୍ରାଣୀ ବିଜ୍ଞାନ ବିଭାଗ କର୍ମଚାରୀ ବିପିନ ବିହାରୀ ଗୌଡ଼ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଅବସର ଗ୍ରହଣ କରିଥିବା ଶ୍ରୀ ଗୌଡ଼ଙ୍କୁ କଲେଜ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ କଲେଜ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷ ଓ ଅଧ୍ୟାପକ ବୃନ୍ଦ ଶ୍ରୀ ଗୌଡ଼ଙ୍କ ଉତ୍ତମ କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହ ତାଙ୍କର ଗୁଣଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ହିମାଂଶୁ ଶେଖର ରଥ, ଡକ୍ଟର ଜୟରାମ ବିଷୋୟୀ, ଆତ୍ମପ୍ରକାଶ ନାୟକ, ଅଜୟ କୁମାର ସାହୁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।