ପିପୁଲସ କଲେଜରେ ଏନଏସଏସ ତାଲିମ ଶିବିର
ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ପିପୁଲସ କଲେଜରେ ଏନଏସଏସ ୨ୟ ଶାଖା ପକ୍ଷରୁ ରବିବାର ସ୍ୱଚ୍ଛତା ତାଲିମ ଶିବର ଅନୁଷ୍ଟିତ ହୋଇଯାଇଛି। ଅଧ୍ୟାପକ ରବୀନ୍ଦ୍ର ପୋଲାଇଙ୍କ ନେତୃତ୍ୱରେ ୨ୟ ଶାଖାର ଶିବିରାର୍ଥୀ ତାଲିମ ଗ୍ରହଣ କରିଥିଲେ।ପରାମର୍ଶ ଦାତା ଅଧ୍ୟାପକ ପ୍ରଭଞ୍ଜନ ମୁନୀଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ତାଲିମ ଶିବିରରେ ଅତିଥିଭାବେ ଜଗନ୍ନାଥପ୍ରସାଦ କଲେଜ ଅଧ୍ୟାପକ ଲୋକନାଥ ମହାନ୍ତି ଓ ରାଧା ମାଧବ ପ୍ରସାଦ ଏବଂ ବୁଗୁଡା କଲେଜର ଅଧ୍ୟାପକ ଆତ୍ମା ପ୍ରକାଶ ନାୟକ ଓ ସୁଶାନ୍ତ କୁମାର ସାହୁ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ।ଶେଷରେ ଶିବିରାର୍ଥୀଙ୍କ ଦ୍ଵାରା କଲେଜ ପରିସର ସଫା କରିବା ସହ ନିକଟସ୍ଥ ବରଡି ପଲ୍ଲୀ ଜନସାଧାରଣଙ୍କୁ ନିଜ ଗ୍ରାମରେ ସ୍ୱଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।


