ପିପୁଲସ କଲେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜରେ ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଭୋଟର ତାଲିକାରେ ନାମ ଯୋଗ କରିବା ପାଇଁ ସଚେତନ କରାଇଥିଲେ। ଜୁଲାଇ ୩୧ ତାରିଖ ଦିନ ପିପୁଲସ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଭୋଟର ସଚେତନତା କାର୍ଯ୍ୟକ୍ରମରେ ବୁଗୁଡା ବିଡ଼ିଓ ବାସୁଦେବ ନାୟକ, ବୁଗୁଡା ତହସିଲଦାର ତାପସ ରାଉତ ଓ ଗ୍ରାମ ପଞ୍ଚାୟତ ଅଧିକାରୀ ମନୋଜ କୁମାର ସାହୁ ଏବଂ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଯୋଗଦେଇଥିଲେ। ନିର୍ବାଚନ କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ବିଡ଼ିଓ ଶ୍ରୀ ନାୟକ, ତହସିଲଦାର ଶ୍ରୀ ରାଉତ ଓ ଜିପିଓ ଶ୍ରୀ ସାହୁ ଆସନ୍ତା ନିର୍ବାଚନ ପାଇଁ ଭୋଟର ତାଲିକାରେ ନାମ ଯୋଗ କରିବା ବିଷୟ ନେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରାଞ୍ଜଳଭାବେ ବୁଝାଇଥିଲେ। ୨୦୦୫ ମସିହା ଜାନୁଆରୀ ମାସ ପୂର୍ବରୁ ଯେଉଁମାନେ ଜନ୍ମ ଗ୍ରହଣ କରିଥିବେ ସେମାନେ ୬ ନମ୍ବର ଫର୍ମ ପୂରଣ କରି ନିଜ ଗ୍ରାମ ବା ସହରରେ ଭୋଟର ତାଲିକାରେ ନାମ ଯୋଗ କରିପାରିବେ। ଭୋଟର କାର୍ଡର ଗୁରୁତ୍ୱ ଓ ଭୋଟଦାନର ମହତ ଉଦ୍ଦେଶ୍ୟ ନେଇ ଅଧିକାରୀ ବୃନ୍ଦ ମତ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ