ପିପୁଲସ କଲେଜର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଅତିରିକ୍ତ ଶ୍ରେଣୀ ଗୃହକୁ ଅଗଷ୍ଟ ୨୨ ତାରିଖ ଦିନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି। ଏନସିସି କ୍ୟାଡେଟ ବୃନ୍ଦ ମାନ୍ୟବର ବିଧାୟକ ଶ୍ରୀ ସାହୁଙ୍କୁ ସମ୍ମାନ ସହ ପାଛୋଟି ନେଇଥିଲେ। ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ, କଲେଜ ପ୍ରିନ୍ସପାଲ ହରିକୃଷ୍ଣ ନାୟକ, ଅଧ୍ୟାପକ ପ୍ରଦୀପ କୁମାର ଦାସ, ଡକ୍ଟର ଜୟରାମ ବିଷୋୟୀ, ହିମାଂଶୁ ଶେଖର ରଥ, ଲେଫଣାନ୍ତ ଅଜୟ କୁମାର ସାହୁ, ଆତ୍ମାପ୍ରକାଶ ନାୟକ, କ୍ରିଷ୍ଣା ରାଓ ପାତ୍ର ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀଙ୍କ ଗହଣରେ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ନୂତନ ଅତିରିକ୍ତ ଶ୍ରେଣୀ ଗୃହକୁ ଉଦଘାଟନ କରିଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁ ପରିଚାଳନା କମିଟି ସଦସ୍ୟ, ଅଧ୍ୟକ୍ଷ ଓ ଅଧ୍ୟାପକ ବୃନ୍ଦଙ୍କ ସହ କଲେଜର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ