ପିର ଜାହାନିଆଁ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ନିମାପଡ଼ା,( ସନ୍ତୋଷ ଦାଶ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିର ଜାହାନିଆ ବେଳାଭୂମି ବାଲିଯାତ୍ରା ଓଡିଶା ର ଏକ ଅନନ୍ୟ ପର୍ବ।ଚଳିତ ବର୍ଷ ୧୫ ତାରିଖ ଶୁକ୍ରବାର ପବିତ୍ର ବୋଇତ ବନ୍ଦାଣ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ।ଚଳିତ ବର୍ଷ ୧୫ ଓ ୧୬ ତାରିଖ ୨ ଦିନିଆ ଯାତ୍ରା ହେବ । ଯାହାକୁ ନେଇ ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ କଲ୍ୟାଣମଣ୍ଡପ ପରିସରରେ ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଶ୍ରୀମତୀ ଆରତୀ ନାୟକ ଙ୍କ ସଭାପତିତ୍ୱ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକ ରେ ବ୍ଲକ ଉପାଧ୍ୟକ୍ଷ ଦୁଃର୍ଜ୍ଜୟ ମିଶ୍ର, ବିଡ଼ିଓ ସସ୍ମିତା ବେହେରା, ଛୁରିଆନା ସରପଞ୍ଚ କ୍ଷୀରୋଦ କାଣ୍ଡି, ସମିତି ସଭ୍ୟ ବିମ୍ବାଧର ବିଶ୍ୱାଳ, ନିମାପଡା ଏସଡିପିଓ ପ୍ରଭାତ ରଞ୍ଜନ ମଲ୍ଲିକ, ଅସ୍ତରଙ୍ଗ ଥାନା ସବଇନିସ୍ପେକ୍ଟର ଦୀପକ ବଳିୟାର ସିଂ, ସ୍ୱାସ୍ଥ୍ୟ ବିଭାଗ, ବନାଞ୍ଚଳ ବିଭାଗ, ଗ୍ରାମ୍ୟଉନ୍ନୟନ ବିଭାଗ, ପରିମଳ ଓ ଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ ଅଧିକାରୀ ମାନଙ୍କ ସମେତ ବିଭିନ୍ନ ପ୍ରଶାସନ ବିଭାଗ ର କର୍ମଚାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ।ଗତବର୍ଷ ବିଭିନ୍ନ ଉଠା ଦୋକାନ ମାନଙ୍କ ନିକଟରୁ କମିଟି ତରଫରୁ ଅତ୍ୟଧିକ ଖଜଣା ଆଦାୟ କରାଯାଇଥିଲା।ଯାହାକୁ ନେଇ ଅଧକ୍ଷା ଶ୍ରୀମତୀ ଆରତୀ ନାୟକ କ୍ଷୋଭ ପ୍ରକାଶ କରିବା ସହିତ ଉଠା ଓ କ୍ଷୁଦ୍ର ବ୍ୟବସାୟୀ ଙ୍କ ଠାରୁ ଏଭଳି ଅଧିକ ଖଜଣା ଆଦାୟ ନକରିବାକୁ ପରାମର୍ଶ ଦେଇଥିଲେ।ତା ସହିତ ଅମାନିଆ ଗାଡି ଚାଳକ, ଟ୍ରାଫିକ କଣ୍ଟ୍ରୋଲ ପାଇଁ ଉପାଧକ୍ଷ ଏସଡିପିଓ ଙ୍କୁ ଅନୁରୋଧ କରିଥିଲେ। କିଭଳି ଶାନ୍ତିପୂର୍ଣ୍ଣ ହିସାବରେ ୧୫ ତାରିଖ ଶୁକ୍ରବାର ଓ ୧୬ ତାରିଖ ଶନିବାର ଏହି ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ ତାହାକୁ ନେଇ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହିତ ମଣ୍ଡଳ ଉନ୍ନୟନ ଅଧିକାରୀ, ବ୍ଲକ ଅଧକ୍ଷା ଆଲୋଚନା କରିବା ସହିତ ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ବିଭାଗ କିପରି ନିଜ ନିଜ ଦାୟିତ୍ୱ ରେ ସୁପରିଚାଳନା କରିବେ ସେଥିପାଇଁ ପରାମର୍ଶ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ