ପିଲାଙ୍କର ଭବିଷ୍ୟତ ଅନ୍ଧାରରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ସେପ୍ଟେମ୍ବର ୮, ୨୦୨୨ରେ ସ୍ଥାନୀୟ ନେତାଙ୍କ ନେତୃତ୍ୱରେ କରକମଳରେ ଲିଙ୍ଗିପୁର ପଂଚାୟତ(ଗାଙ୍ଗୋତ୍ରୀ ନଗର) ଭୁବନେଶ୍ୱର ଶିଳାନ୍ୟାସ ହୋଇଥିଲା । କିନ୍ତୁ ୧୮ମାସ ବିତିଯାଇଥିଲେ ମଧ୍ୟ ଅଙ୍ଗନବାଡି କାର୍ଯ୍ୟ କାମ ଆରମ୍ଭ ହୋଇପାରିନାହିଁ । ଏହା ତଦନ୍ତ ସାପେକ୍ଷ । ବର୍ତମାନ ଯୋଗୀନାଥ ବିଦ୍ୟାଳୟରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ବହୁ ଘାତ ପ୍ରତିଘାତ ଦେଇ ଅଙ୍ଗନବାଡି କେନ୍ଦ୍ର ଗତି କରୁଥିବାବେଳେ ରାଜ୍ୟ ସରକାର ଗାଙ୍ଗୋତ୍ରୀ ନଗର ଅଙ୍ଗନବାଡି ପାଇଁ ଏକ ନୂତନ ଜମି ଯୋଗାଇଦେଇଥିଲେ । କିନ୍ତୁ ଦୁଃଖ ପରିତାପର ବିଷୟ ସ୍ଥାନୀୟ ଭୁବନେଶ୍ୱର ଗ୍ରାମାଚଂଳ ସିଡିପିଓ ଏନେଇ କିଛି ପଦକ୍ଷେପ ନେଇନଥିବା ଶୁଣିବାକୁ ମିଳୁଛି । ବିଡିଓ ଅଙ୍ଗନବାଡି ଗୃହ ନିର୍ମାଣ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଏଥିରେ ଅବଗତି ନିମନ୍ତେ ରାଜ୍ୟ ବିଧାନସଭାରେ ଗାଙ୍ଗୋତ୍ରୀ ନଗର ନୂତନ ଅଙ୍ଗନବାଡୀ କେନ୍ଦ୍ର ପାଇଁ ବିଧାୟକ ସାଲୁଗା ପ୍ରଧାନ ଏକ ମୌଖିକ ପ୍ରଶ୍ନ ପଚାରିଥିଲେ । ବିଭାଗୀୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ୨.୭.୨୦୨୨ରେ ମୌଖିକ ପ୍ରଶ୍ନ ନଂ-୩ ଏଥିରେ ବାସନ୍ତୀ ହେମ୍ବ୍ରମ୍ ଉତର ଦେଇ କହିଥିଲେ ଯେ ଲିଙ୍ଗିପୁର ଗ୍ରାମାପଂଚାୟତ ଅଧିନସ୍ଥ ଗାଙ୍ଗୋତ୍ରୀ ନଗର ଅଙ୍ଗନବାଡି କେନ୍ଦ୍ର ପାଇଁ ଭୁବନେଶ୍ୱର ତହସିଲଦାର ତାଙ୍କ ପତ୍ର ସଂଖ୍ୟା ୯୨୩୪, ତାରିଖ-୩୧.୦୫.୨୦୨୨ ଇ୦.୨୦୦ ଯାଗା, ପ୍ଲଟ ୯୧ ଦିଆଯାଇଛି । ଖାତା ନମ୍ବର ୭୬୧ବିଡିଓଙ୍କୁ ଅଙ୍ଗନବାଡି କେନ୍ଦ୍ର ପାଇଁ ଦିଆଯାଇଛି କିନ୍ତୁ ୧୮ମାସ ହେଲାଣି କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ନାଁ ଗନ୍ଧ ନାହିଁ । ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ବଂଟନଠାରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କୁ ଅଣ୍ଡା, ଲଡୁ, ଏବଂ ଛୋଟପିଲାମାନଙ୍କଚ ରନ୍ଧା ଖାଦ୍ୟ ଦେବା ପାଇଁ ବହୁ ଅସବୁଧାର ସମ୍ମୁଖୀନ ହେଉଛି ଅଙ୍ଗନବାଡି କେନ୍ଦ୍ର । ସରକାର ଦେଇଥିବା ଅଙ୍ଗନବାଡି ଯାଗାର ତଦାରଖ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାଖରେ ଥିବା କିଛି ମୁଷ୍ଟିମେୟ ଲୋକ ଅଙ୍ଗନବାଡି କେନ୍ଦ୍ର ନକରିବା ପାଇଁ ଉଦ୍ୟମ କରୁଥିବା ଶୁଣିବାକୁ ମିଳୁଛି । ସ୍ଥାନୀୟ ସଂରପଂଚ ମୁଷ୍ଟିମେୟ ଲୋକଙ୍କଠାରୁ ଡରି ତାଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଛି । ପଂଚାୟତ ଅଫିସଠାରୁ ମାତ୍ର ୨୦ମିଟର ଭିତରେ ନୂତନ ଅଙ୍ଗନବାଡି କେନ୍ଦ୍ର ଆସୁଥିଲେ ସ୍ଥାନୀୟ ଲିଙ୍ଗିପୁର ସରପଂଚ ନିଜକୁ ଅସହାୟ ମନେ କରୁଛନ୍ତି । ତେଣୁ ସରକାର ତୁରନ୍ତ ଛୋଟ ପିଲାଙ୍କ ଭବିଷ୍ୟତକୁ ଆଗରେ ରଖି ଅଙ୍ଗନବାଡି କେନ୍ଦ୍ର ତୁରନ୍ତ ଆରମ୍ଭ କରିବା ପାଇଁ ନିଷ୍ପତି ନିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ