ପୁଅର ଜନ୍ମ ବାର୍ଷିକୀରେ ରକ୍ତଦାନ ଶିବିର କଲେ ଦମ୍ପତି

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁର ଦମ୍ପତି ସୁଶାନ୍ତ ନାହାକ ଓ ସୁମିତ୍ରା ନାହାକ ,ନିଜ ପୁଅର ଜନ୍ମ ଦିନକୁ ନିଆରା ଶୈଳୀରେ ପାଳନ କରିଆସୁଛନ୍ତି l ତାଙ୍କ ପୁଅ ସମ୍ବିତ୍ ର ଜନ୍ମ ଦିବସରେ ଏହି ବର୍ଷପରି ପ୍ରତ୍ୟେକ ବର୍ଷ ରକ୍ତଦାନ ଶିବିର ଆୟୋଜନ କରିବାକୁ ବ୍ରତ ଭାବେ ପ୍ରତିବନ୍ଧିତା କରିଛନ୍ତି l ଆଜି ତାଙ୍କ ପୁଅ ସମ୍ବିତ୍ ର ତୃତୀୟ ଜନ୍ମ ବାର୍ଷିକୀ ଅବସରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଦାନ ଶିବିର ଆୟୋଜନ କରିବା ସହ ଅଗସ୍ତିନୂଆଗାଁ ନିକଟସ୍ଥ ଚିଦାନନ୍ଦ ଦିବ୍ୟଧାମରେ ରହୁଥିବା ବୃଦ୍ଧ ଓ ବୃଦ୍ଧା ଙ୍କୁ ସ୍ନାକ୍ ବଣ୍ଟନ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ୍ ଅଧକ୍ଷା କିରଣ କୁମାରୀ ଦାସ ଓ ଉପାଧ୍ୟକ୍ଷl ଶାଡୀ ସାରଦା ରେଡ୍ଡୀ ଯୋଗଦେଇ ଶୁଭାରମ୍ଭ କରିଥିଲେ l ମୋ ପୁଅର ଜନ୍ମଦିନ ମାର୍ଚ୍ଚ ମାସରେ ପଡ଼ୁଥିବାରୁ ଉକ୍ତ ମାସରେ ଖରାଦିନେ ହେତୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଥାଏ ,ତେଣୁ ଆମ ପୁଅର ଜନ୍ମ ଦିନକୁ ଯାକ ଜକମରେ ନ ପାଳନ କରି ରକ୍ତର ଅଭାବକୁ ଦୂର କରି ଅନ୍ୟମାନଙ୍କୁ ସଚେତନତା କରିବା ପାଇଁ ଏହା ଆମର ପ୍ରୟାସ ବୋଲି ଦମ୍ପତି କହିଛନ୍ତି l ଆଜିର ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ସମ୍ନାନିତ ଅତିଥି ଭାବେ ଅଗସ୍ତିନୂଆଗାଁ ସରପଞ୍ଚ ଉର୍ମିଳା ଦାସ ,ପୂର୍ବତନ ସମିତିସଭ୍ୟ ଅଶୋକ କୁମାର ପାଣିଗ୍ରାହୀ ,ପୂର୍ବତନ ସମିତିସଭ୍ୟ ଜ୍ୟୋତିରଞ୍ଜନ ସାହୁ ,ଭବାନୀ ପାଣିଗ୍ରାହୀ ,ସପନେସ୍ୱର ନାହାକ ,ସରୋଜ କୁମାର ଦାସ ,ଡା.ଜିତେନ୍ଦ୍ର ସ୍ୱାଇଁ ,ଇନ୍ଦ୍ରଜିତ ଦାଶ, ତାରେଶ୍ୱର ସାମନ୍ତରାୟ , ପ୍ରିୟରଞ୍ଜନ ମହାପାତ୍ର ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ ରକ୍ତଦାନ ଉତ୍ସବରେ ବେଣୁଧର ବେହେରା ,ରବିନ୍ଦ୍ର ନାହାକ ,ଅଜିତ୍ ସ୍ୱାଇଁ ,ବିସ୍ମୟ ପ୍ରଧାନ ,ସୁଧୀର କୁମାର ନାହାକ ,ଲକ୍ଷ୍ମଣ ପଲେଇ ,ଟୁନା ସ୍ୱାଇଁ ,ମନୋଜ ନାହାକ ,ତୋଫାନ ଗୌଡ଼ ,ସୁଜିତ ପଲେଇ ,ପପୁନ ପ୍ରଧାନ ,କହ୍ନେଇ ପଲେଇ ,ନାରାୟଣ ପ୍ରଧାନ ,ସୁକାନ୍ତ ନାହାକ ,ସୁଶାନ୍ତ ଗୌଡ଼ ,ରମେଶ ମହାରଣା ,ଏ.ସନ୍ୟାସୀ ,ସନ୍ତୋଷ ସ୍ୱାଇଁ ,ବସନ୍ତ ସ୍ୱାଇଁ ,ସଂଗ୍ରାମ ପଣ୍ଡା ,ପଙ୍କଜ ପଲେଇ ,ରାମ ପଲେଇ ,ପ୍ରଫୁଲ ପଲେଇ ,ଜିତେନ୍ଦ୍ର ଗୌଡ଼ ,ଶ୍ରୀନୁ ଗୌଡ଼ ,ସୁଶାନ୍ତ ନାହାକ ପ୍ରମୁଖ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ