ପୁଅ ପାଇଁ ମାଆଙ୍କୁ ଯିବାକୁ ପଡ଼ିଲା ଜେଲ୍

ସ୍କୁଲ ଯାଉଥିବା ପିଲାମାନେ ଘରେ ଖେଳୁଥିବା ଖେଳନାକୁ ବେଳେବେଳେ ବ୍ୟାଗରେ ଭର୍ତ୍ତି କରି ନେଉଥିବା ଦେଖାଯାଉଛି । ସେମାନେ ଛୋଟ ଥିବାରୁ ଜାଣି ପାରି ନ ଥାନ୍ତି କେଉଁଟା ନେବା ଠିକ୍ ଆଉ କେଉଁଟା ନ ନେବା ଠିକ୍ । କିନ୍ତୁ ଜଣେ ୧୫ ବର୍ଷର ବାଳକ ଏମିତି ଜିନିଷ ସ୍କୁଲ ବ୍ୟାଗରେ ନେଇଥିଲା, ଯେଉଁଥି ପାଇଁ ତାଙ୍କ ମାଆଙ୍କୁ ଜେଲ୍ ଯିବାକୁ ପଡ଼ିଲା । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଆମେରିକାର ଜଣେ ବାଳକ ବ୍ୟାଗ୍ରେ ଏକ ହ୍ୟାଣ୍ଡଗନ୍ ନେଇ ସ୍କୁଲ ଯାଇଥିଲା । ଏ ବିଷୟରେ ତାଙ୍କ ମାଆ ଜାଣିଥିଲେ । କିନ୍ତୁ ଏନେଇ ସେ କେବେ ପୁଅକୁ ଆକଟ କରିନାହାନ୍ତି କିମ୍ୱା ପଚାରିନାହାନ୍ତି । କାରଣ ପିଲାଟି ବହୁ ଜିଦ୍ଖୋର୍ ଥିଲା । ଅନ୍ୟପକ୍ଷରେ ବନ୍ଧୁକ ରଖିବାକୁ ଅଭିଭାବକ ପିଲାକୁ ଅନୁମତି ଦେଉଥିବା ଅଭିଯୋଗରେ ସମ୍ପୃକ୍ତ ମହିଳାଙ୍କ ଉପରେ ମାମଲା ରୁଜୁ କରାଗଲା । ଏ କଥାକୁ ମହିଳା ମଧ୍ୟ ସ୍ୱୀକାର କରିଛନ୍ତି । ଫଳରେ ତାଙ୍କୁ ୪ ବର୍ଷ ପାଇଁ ଜେଲ୍ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ