ପୁଣି କୂଟନୈତିକ ପ୍ରୋଟୋକଲ୍ ଭାଙ୍ଗିଲେ ଇମ୍ରାନ୍

କିରଗୀଜସ୍ତାନର ରାଜଧାନୀ ବିସ୍କେକ୍ଠାରେ ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ (ଏସ୍ସିଓ) ସମ୍ମିଳନୀରେ ପୁନର୍ବାର କୂଟନୈତିକ ପ୍ରୋଟକଲ ଭାଙ୍ଗିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ । ସମ୍ମିଳନୀର ଉଦ୍ଘାଟନୀ ବୈଠକରେ ହଲ୍ ମଧ୍ୟକୁ ପ୍ରବେଶ କରୁଥିବା ରାଷ୍ଟ୍ରମୁଖ୍ୟଙ୍କ ସମ୍ମାନାର୍ଥେ ସେଠାରେ ଉପସ୍ଥିତ ସମସ୍ତେ ଛିଡା ହୋଇ ସ୍ୱାଗତ ଜଣାଉଥିବାବେଳେ ଇମ୍ରାନ୍ ନିଜ ଆସନରେ ବସି ରହିଥିବା ଦେଖିବାକୁ ମିଳିଥିଲା । ପାକିସ୍ତାନ ତେହରିକ୍ ଇନ୍ସାଫ୍ (ପିଟିଆଇ)ପାର୍ଟିର ଅଫିସିଆଲ ଟ୍ୱିଟର ହେଣ୍ଡଲରେ ଏହି ଫଟୋ ପ୍ରକାଶ ପାଇଛି । ତେବେ ଇମ୍ରାନ୍ ପରେ ଯେତେବେଳେ ଜାଣିବାକୁ ପାଇଲେ ଯେ, ସମସ୍ତେ ଛିଡା ହୋଇଥିବାବେଳେ ସେ ବସିଛନ୍ତି, ସେତେବେଳେ ତୁରନ୍ତ ଛିଡା ହୋଇଯାଇଥିଲେ । ମାତ୍ର କିଛି ସମୟ ଛିଡା ହେବା ପରେ ପୁଣି ସମସ୍ତେ ବସିବା ପୂର୍ବରୁ ନିଜେ ବସି ପଡିଥିଲେ ।ଇମ୍ରାନ୍ଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ସେ ଚଳିତ ମାସ ପ୍ରଥମ ସପ୍ତାହରେ ଅନୁରୂପ ଭାବେ ଓଆଇସି ସମ୍ମିଳନୀରେ କୂଟନୈତିକ ଟେକଲ୍ ଭାଙ୍ଗିଥିଲେ । ସମ୍ମିଳନୀ ଅବସରରେ ଇମ୍ରାନ ସାଉଦି ରାଜା ସଲମନ୍ ବିନ୍ ଅବଦୁଲ ଅଜିଜ୍ଙ୍କ ସହ ସାକ୍ଷାତ କରିଥିଲେ । ଖାନ୍ ତାଙ୍କର କଥା ସଲମନ୍ଙ୍କ ଇଣ୍ଟରପିଟରଙ୍କୁ ଶୁଣାଇଥିଲେ । ମାତ୍ର ଇଣ୍ଟରପିଟର ଜଣକ ଏହା ଅନୁବାଦ କରି ରାଜାଙ୍କୁ ଶୁଣାଇ ସାରିବା ପୂର୍ବରୁ ଇମ୍ରାନ ସେଠାରୁ ଚାଲିଯାଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ