ପୁଣି ମାତିଲେ ନକଲି ପୋଲିସ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରରେ ପୁଣି ନକଲି ପୋଲିସର ଲୁଟ । ସୁଚନାନୁସାରେ ,. ବ୍ରହ୍ମପୁରସ୍ଥିତ ବଡବଜାର ଆପୋଲ ରାଜୁ ନାମକ ଜଣେ ଯୁବକ ନିଜ ମୋଟର ସାଇକେଲ ଦ୍ୱାରା ଭେଙ୍କେଟଶ୍ୱର ମନ୍ଦିର ରାସ୍ତା ଦେଇ ଯାଉଥିବାବେଳେ ଗୁରୁବାର ସକାଳ ୧୦ଟା ସମୟରେ ତିନି ଜଣ ଯୁବକ ପୋଲିସ ପରିଚୟ ପତ୍ର ଦେଖାଇ ରାଜୁଙ୍କୁ ଅଟକାଇ ଆଗରେ ଚେକିଂ ଚାଲିଥିବାରୁ ସୁନା ଗହଣାକୁ ଏକ ରୁମାଲ ସାହାର୍ଯ୍ୟରେ ବାନ୍ଧିବାକୁ କହିଥିଲେ । ଏହା ଶୁଣି ରାଜୁ ଏକ ରୁମାଲରେ ଚାରି ଭରି ସୁନା ବାନ୍ଧିବା ସମୟରେ ଦୁବୁର୍ତ୍ତମାନେ ରୁମାଲକୁ ଧରି ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଏନେଇ ରାଜୁ ବଡ ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ବଡ ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞିଚଳର ସିସି ଟିଭ ଯାଞ୍ଚ କରିବା ସହ ସହରର ସମସ୍ତ ମୁଖ୍ୟ ରାସ୍ତାକୁ ପୋଲିସ ଯାଞ୍ଚ କରୁଛି ।