ପୁଣି ମାତିଲେ ଲୁଟେରା , ଟାର୍ଗେଟରେ ମହିଳା
କୁକୁଡାଖଣ୍ଡି : (ହିମାଂଶୁ ପାଢୀ):ପୁଣି ମାତିଲେ ଲୁଟେରା ।ଏବେ ଗ୍ରାମାଞ୍ଚଳର ନିକାଞ୍ଚନ ସ୍ଥାନ ପାଲଟିଛି ଲୁଟେରାଙ୍କ ଆଡାସ୍ଥଳୀ।ପୁଣି ଟାର୍ଗେଟରେ ମହିଳା ।ପୁଲିସ ପାଇଁ ପାଲଟିଛି ମୁଣ୍ଡବଥାର କାରଣ।ଗୋଟିଏ ପଟେ ୭୩ତମ ସ୍ବାଧୀନତା ଦିବସ ପାଳନରେ ସମସ୍ତେ ମସଗୁଲ ଥିବା ବେଳେ କୁକୁଡାଖଣ୍ଡି ବ୍ଲକ ମହୁଡା ନରସିଂହପୁର ରାସ୍ତାରୁ ଜଣେ ଶିଷୟତ୍ରୀଙ୍କ ଠାରୁସୁନା ଲୁଟ କରିନେଇଛନ୍ତି ଲୁଟେରା।ଏ ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା ଶିଷୟତ୍ରୀ ଏଲ.ସୋଭନା ।ଶିଷୟତ୍ରୀ ଜଣଙ୍କ ନିଜ ସ୍କୁଟି ଯୋଗେ ନରସିଂହପୁର ବିଦ୍ୟାଳୟକୁ ସକାଳ ୭ଟାରେ ଯାଉଥିବା ସମୟରେ ନରସିଂହପୁର ରାସ୍ତାରେ ଜଣେ ଯୁବକ ପୂବରୁ ଉକ୍ତ ରାସ୍ତାରେ ବାଇକଧରି ଛିଡାହୋଇଥିଲେ । ଶିଷୟତ୍ରୀଙ୍କୁ ବାଇକ ଖରାପହୋଇଛି ଗ୍ରାମ ଭିତରକୁ ଯିବାକୁ କହି ଅଟକାଇ ଥିଲେ କିନ୍ତୁ ଶିଷୟତ୍ରୀ ନରହିବାରୁ ଯୁବକ ଜଣଙ୍କ ଜୋର କରି ଶିଷୟତ୍ରୀଙ୍କୁ ଟଣାଓଟରା କରି ମାଡମାରି ମଗଂଳସୂତ୍ର ସହ କାନଫୁଲ ଲୁଟିନେଇଥିଲେ।ଶିଷୟତ୍ରୀ ଏନେଇ ଗ୍ରାମବାସୀଙ୍କୁ କହିବାପରେ ଦିଗପହଣ୍ଡି ପୁଲିସକୁ ଖବରଦେଇଥିଲେ। ଖବରପାଇ ପୁଲିସ ପହଞ୍ଚି
ତଦନ୍ତ ଚଳାଇଥିଲେ ଏନେଇ ୧୪୯/୧୯ରେ ଏକ ମାମଲା ରୁଜୁହୋଇଛି ଏବଂ ଘଟଣାକୁ ଅନୁସନ୍ଧାନ କରାଯାଇଥିବା ଦିଗପହଣ୍ଡିଥାନା ଅଧିକାରୀ ଗୌରାଗଂଚନ୍ଦ୍ର ସାହୁ ସୂଚନାଦେଇଛନ୍ତି । ମହୂଡା ଠାରୁ ଦିଗପହଣ୍ଡି ଥାନାର ଦୂରତା ୨୦କିମି ,ଲୁଟେରା ମାନେ ବହୁ ପ୍ଲାନିଂକରି ଲୁଟ କରିବାକୁ ସ୍ଥାନ ବାଛୁଛନ୍ତି ।ବ୍ରହ୍ମପୁରରେ ୪ଟି ସ୍ଥାନରୁ ମହିଳାଙ୍କ ନିକଟରୁ ନକଲି ପୋଲିସ ବେଶରେ ସୁନାଚେନ ଲୁଟିନେଇଥିଲେ କିନ୍ତୁ ଏପଯ୍ୟନ୍ତ ପୁଲିସର ହାତ ଖାଲିପଡିଛି।କୌଣସିବି ଲୁଟେରା ଗିରଫ ନହେବା ଯୋଗୁଁ ଲୁଟେରାମାନେ ପୁଲିସକୁ ଖାତିର ନକରି ଗୋଟିଏ ପରେ ଗୋଟିଏ ଲୁଟକରୁଛନ୍ତି ।