ପୁଣି ସ୍କୁଲ ବ୍ୟାଗ ତାଗିଦ
ଭୁବନେଶ୍ୱର: ପୁଣି ସ୍କୁଲ ବ୍ୟାଗ ପାଇଁ ତାଗିଦ୍ । ସ୍କୁଲ ପିଲାଙ୍କ ବ୍ୟାଗ ଓଜନ କମ ପ୍ରସଙ୍ଗରେ ପୁଣି ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏନେଇ ଗଣଶିକ୍ଷା ସଚିବ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି । ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ ପାଳନ ପାଇଁ ଏହି ଚିଠି କରାଯାଇଛି । ଏନେଇ ବାରମ୍ବାର କୁହାଯିବା ସତ୍ତ୍ୱେ ନିୟମ ପାଳନ ହେଉନାହିଁ । ଘରୋଇ ସ୍କୁଲ ସମେତ ଅନ୍ୟାନ୍ୟ ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ଯାଞ୍ଚ ହେଉନାହିଁ । ବର୍ତ୍ତମାନ ସୁଦ୍ଧା ସ୍କ୍ୱାଡ ଗଠନ କି ପିଲାଙ୍କ ବ୍ୟାଗ ଯାଞ୍ଚ ନେଇ ରିପୋର୍ଟ ମିଳିନାହିଁ । ଆସନ୍ତା ୨୦ ମଧ୍ୟରେ ଜରୁରୀଭାବେ ଏନେଇ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।


