୧୯ ରୁ ମ୍ୟାଟ୍ରିକ ବୋର୍ଡ଼ ପରୀକ୍ଷା ଆରମ୍ଭ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷା ଚଳିତ ମାସ ୧୯ ତାରିଖ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ସମାପ୍ତ ହେବ । ପରିକ୍ଷା ସମୟ ପାଖେଇ ଆସୁଥିବାରୁ ପରିକ୍ଷାର୍ଥୀଙ୍କ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । ମ୍ୟାଟ୍ରିକ ପରୀକ୍ଷାକୁ ଜୀବନର ସବୁଠାରୁ ବଡ଼ ତଥା ମୂଲ୍ୟବାନ ପରୀକ୍ଷା ଭାବେ ବିବେଚନା କରାଯାଉଥିବାରୁ ପରୀକ୍ଷାର୍ଥୀ ମାନେ ଏହି ପରୀକ୍ଷାରେ କୃତିତ୍ୱର ସହ ଉତୀର୍ଣ୍ଣ ହେବା ଲାଗି ଦିନ ରାତି ଏକାକାର କରି ପାଠ ପଢାରେ ନିମଗ୍ନ ରହୁଥିବାର ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ପଂଚାୟତରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢାରେ ଭଲ କରୁଥିବା ମେଧାବୀ ବିଦ୍ୟାର୍ଥୀ ମାନେ ର‌୍ୟାଙ୍କ ଆଶାରେ ଜୋରଦାର ପାଡପଢା ଚଲାଇଥିବା ବେଳେ ଭଲ ପାଠ ପଢୁନଥିବା ବିଦ୍ୟାର୍ଥୀ ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି । ଟେଷ୍ଟ ପରୀକ୍ଷା ଶେଷ ହେବା ପରଠାରୁ ଅଧିକାଂଶ ୧୦ ମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ସମୟ ଘରୋଇ ଟ୍ୟୁସନରେ ସମୟ ଅତିବାହିତ ହେଉଛି । ୧୦ ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସକାଶେ ଆଉ ମାତ୍ର ୮ ଦିନ ବାକି ଥିବା ବେଳେ ପରୀକ୍ଷାର୍ଥୀ ମାନେ ପରୀକ୍ଷାକୁ ନେଇ ସିରିୟସ ଥିବା ଭଳି ମନେହେଉଛି । ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହେବାକୁ ଦିନରାତି ଏକାକାର କରି ପାଠପଢାରେ ନିମଗ୍ନ ରହୁଛନ୍ତି । ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ମାନସିକ ଚାପ ବଢିବାରେ ଲାଗିଛି । ପରୀକ୍ଷାରେ କିଭଳି ପ୍ରଶ୍ନପତ୍ର ଆସିବ ତାହାକୁ ନେଇ ସମସ୍ତ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ପରୀକ୍ଷା ସମୟ ଯେତିକି ପାଖେଇ ଆସୁଛି ପରୀକ୍ଷାର୍ଥୀ ମାନେ ସେତିକି ବ୍ୟସ୍ତ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି । ପରୀକ୍ଷାରେ ଭଲ ନମ୍ବର ରଖିବାକୁ କିଏ ଦିନରାତି ଏକାକାର କରି ଦେଇଥିବା ବେଳେ ଆଉ କିଏ ଦୈନିକ ୧୨ ରୁ ୧୪ ଘଂଟା ପରିଶ୍ରମ କରି ପାଠପଢାରେ ବ୍ୟସ୍ତ ରହୁଥିବାର ଜଣାପଡ଼ିଛି । ପରୀକ୍ଷାର୍ଥୀ ମାନଙ୍କ ଅଧିକାଂଶ ସମୟ ପାଠପଢାରେ ବିତୁଛି । ଘରୋଇ ଟ୍ୟୁସନ ଶିକ୍ଷକ ମାନେ ସେମାନଙ୍କ ନିକଟରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ମାନେ କିଭଳି ଆଶତୀତ ନମ୍ବର ରଖି ଉତୀର୍ଣର୍ କରିବେ ସେ ନେଇ ଜୋରଦାର ପାଠପଢାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ